www.samajalive.in
Sunday, December 14, 2025
26.1 C
Bhubaneswar

ଜିଏସ୍‍ଟି ପରିଷଦ ବୈଠକ ; କ୍ଷୁଦ୍ର ବ୍ୟବସାୟୀଙ୍କୁ ରିହାତି

ନୂଆଦିଲ୍ଲୀ : କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ରିହାତି ପ୍ରଦାନ ପାଇଁ ଜିଏସ୍‍ଟି ପରିଷଦ ନିଷ୍ପତ୍ତି ନେଇଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକ ପାଇଁ ଜିଏସ୍‍ଟି ରିହାତି ପରିମାଣ ଦ୍ୱିଗୁଣିତ କରି ୨୦ଲକ୍ଷ ଟଙ୍କା କରାଯାଇଥିବା ବେଳେ ଦେଶର ଅନ୍ୟାନ୍ୟ ଭାଗ ପାଇଁ ୪୦ଲକ୍ଷ ଟଙ୍କା ରହିଛି । ନୂଆଦିଲ୍ଲୀରେ ଜିଏସ୍‍ଟି ପରିଷଦ ବୈଠକ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଜିଏସ୍‍ଟି କମ୍ପୋଜିସନ୍‍ ସ୍କିମ୍‍ର ପରିସର ଏକ କୋଟି ଟଙ୍କାରୁ ଦେଢ଼ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଶ୍ରୀ ଜେଟଲୀ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଅଣୁ, କ୍ଷୁଦ୍ର  ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ରିହାତି ମିଳିବ।  ଆସନ୍ତା ଏପ୍ରିଲ ପହିଲାରୁ ଏହି ପରିବର୍ତ୍ତିତ ନିୟମ ଲାଗୁ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।  ଯେଉଁମାନେ ଏହି ଯୋଜନା ମଧ୍ୟରେ ଆସୁଛନ୍ତି, ସେମାନେ ତିନି ମାସରେ ଥରେ ଟିକସ ଦାଖଲ କରିବେ ଓ ବର୍ଷକୁ ଗୋଟିଏ ଥର ରିଟର୍ଣ୍ଣ ଦାଖଲ କରିବେ। ସେହିପରି କୋଠାବାଡ଼ି ନିର୍ମାଣ କ୍ଷେତ୍ର ଜିଏସ୍‍ଟି ହାର ସଂକ୍ରାନ୍ତରେ ବିବେଚନା କରିବାକୁ ଏକ କମିଟି ଗଠନ କରାଯାଇଛି । ଜିଏସ୍‍ଟି ପରିଷଦ କେରଳକୁ ଶତକଡ଼ା ଏକ ଭାଗର ସେସ୍‍ ଲାଗୁ କରିବା ପାଇଁ ଆସନ୍ତା ଦୁଇ ବର୍ଷ ଲାଗି ଅନୁମତି ଦେଇଛି ବୋଲି ଶ୍ରୀ ଜେଟଲୀ କହିଛନ୍ତି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories