www.samajalive.in
Friday, December 12, 2025
19.1 C
Bhubaneswar

ଉତ୍କଳରେ ଜାତୀୟ ସ୍ତରୀୟ ସମ୍ପାନ “ଓଡ଼ିଶା ଇତିହାସ ଓ ସଂସ୍କୃତିର ପୁନଃସମୀକ୍ଷା”

ଭୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟ ଇତିହାସ ବିଭାଗ ଦ୍ଵାରା ଏକ ଜାତୀୟ ସ୍ତରୀୟ ସମ୍ପାନ “ଓଡ଼ିଶା ଇତିହାସ ଓ ସଂସ୍କୃତିର ପୁନଃସମୀକ୍ଷା” ଅନୁଷ୍ଠିତ ହୋଇଯାଇଛି ଯାହା ଡବ୍ଲ୍ୟୁବି-ଓଏଚଇପିଇଇ ଦ୍ଵାରା ପ୍ରାୟୋଜିତ ହୋଇଥିଲା। ଉକ୍ତ ସମ୍ପାନରେ ଉତ୍କଳ ବିଶ୍ୱବଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ଇତିହାସ ବିଭାଗର ମୁଖ୍ୟ ପ୍ରଫେସର ଜୟନ୍ତୀ ଦୋରା ସମ୍ପାନର ନିର୍ଦ୍ଦେଶକ ହିସାବରେ ସମ୍ପାନର ଲକ୍ଷ୍ୟ,ଉଦ୍ଦେଶ୍ୟ ଏବଂ ବିଷୟବସ୍ତୁ ଉପରେ ଆଲୋକପାତ କରିବା ସହ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ ମଣିପୁର ବିଶ୍ଵବିଦ୍ୟାଳୟର ଇତିହାସ ବିଭାଗର ପ୍ରଫେସର ଏଚ. ସୁଧୀର କୁମାର ସିଂହ (ମୁଖ୍ୟ ବକ୍ତା), ଉତ୍କଳ ବିଶ୍ବବିଦ୍ୟାଳୟ ଇତିହାସ ବିଭାଗର ପ୍ରାକ୍ତନ ପ୍ରଫେସର ଅମଳ କୁମାର ମିଶ୍ର, ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, ଡକ୍ଟର କରାବି ମିତ୍ର, ପ୍ରଫେସର ନିଗମାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏ ସଭାରେ ଡକ୍ଟର ପାରେଶ୍ୱର ସାହୁ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଏକଦିବସୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ବିଶ୍ଵବିଦ୍ୟାଳୟ, ମହାବିଦ୍ୟାଳୟ ଓ ଗବେଷଣା ସଂସ୍ଥାରୁ ବରିଷ୍ଠ ଶିକ୍ଷାବିତ୍, ଗବେଷକ, ଚିନ୍ତାନାୟକ, ପ୍ରଶାସକ, ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

- Advertisement -

ଏହି ସମ୍ପାନରେ ମୋଟ ୩୨ଟି ଗବେଷଣାତ୍ମକ ପତ୍ର ୪ଟି ଅଧିବେଶନରେ ଉପସ୍ଥାପନା ହୋଇଥିଲା ଯେଉଁଥିରେ ଅଧ୍ୟକ୍ଷ ଭାବରେ ଡକ୍ଟର ସୁବାଷ ଚନ୍ଦ୍ର ବାରିକ, ଡକ୍ଟର ବିନୋଦିନୀ ଦାସ,ପ୍ରଫେସର ଜୟନ୍ତୀ ଦୋରା ଏବଂ ଡକ୍ଟର ଦିବିସଦ ବ୍ରଜସୁନ୍ଦର ଗଡ଼ନାୟକ ଥିଲେ। ସହ ଅଧ୍ୟକ୍ଷ ଭାବରେ ଡକ୍ଟର ପାରେଶ୍ୱର ସାହୁ, ରମେଶ ଚନ୍ଦ୍ର ମହନ୍ତ,ଡକ୍ଟର ସୁଜାତା ବେହେରା,ଡକ୍ଟର ଅଜିତ୍ କୁମାର ସାହୁ, ଅଳକାନନ୍ଦା ଗହୀର,ପ୍ରଭାକର ସେଠୀ, ରିତୁ ଶର୍ମା ଏବଂ ମହିତୋଷ ଗୋପାଲ ସଞ୍ଚାଳନ କରିଥିଲେ।

ଉଦ୍‌ଯାପନୀ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟର ପିଜି କାଉନସିଲର ଅଧ୍ୟକ୍ଷା ପ୍ରଫେସର୍ ନବନୀତା ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ ସଭାରେ ଉତ୍କଳ ବିଶ୍ବବିଦ୍ୟାଳୟ ଇତିହାସ ବିଭାଗର ପ୍ରାକ୍ତନ ପ୍ରଫେସର ବସନ୍ତ କୁମାର ମଲ୍ଲିକ, ପ୍ରାକ୍ତନ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ପ୍ରାକ୍ତନ ପ୍ରଫେସର ସଞ୍ଜୟ କୁମାର ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦାନ ଦେଇ ପ୍ରମାଣ ପତ୍ର ମଧ୍ୟ ବଣ୍ଟନ କରିଥିଲେ। ପରିଶେଷରେ ରମେଶ ଚନ୍ଦ୍ର ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ଇତିହାସ ବିଭାଗ ପାଇଁ ଏକ ସ୍ମରଣୀୟ ଦିନ ଥିଲା।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories