www.samajalive.in
Sunday, December 7, 2025
15.1 C
Bhubaneswar

ଡା. ଲୁସି ଦାସ ଏସ୍‌ସିବି ଅଧ୍ୟକ୍ଷ

କଟକ : ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ଶନିବାର ମୁରବୀ ଶୂନ୍ୟ ହେବାକୁ ଯାଉଥିବାବେଳେ ସରକାର ମାସେ ହେଲା ଖାଲି ପଡ଼ିଥିବା ଅଧ୍ୟକ୍ଷ ପଦ ପୂରଣ କରିଛନ୍ତି; କିନ୍ତୁ ସଦ୍ୟ ଖାଲି ହୋଇଥିବା ଅଧୀକ୍ଷକ ପଦରେ କାହାକୁ ନିଯୁକ୍ତି ନଦେଇ ଏହାକୁ ଝୁଲାଇ ରଖିଛନ୍ତି। ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଲୁସି ଦାସଙ୍କୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ (ଏସସିବି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତି ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ଦାସଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଶନିବାର ପ୍ରକାଶ ପାଇଛି। ପ୍ରଫେସର ଦାସ ସମ୍ପ୍ରତି ଏସ୍‌ସିବିରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଭାବେ କାର୍ଯ୍ୟ କରିଥିଲେ। ଗତ ମାସରେ ପ୍ରଫେସର ଡା. ପ୍ରସେନଜିତ୍‌ ମହାନ୍ତି ଅଧ୍ୟକ୍ଷ ପଦରୁ ଅବସର ନେଇଥିଲେ। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡା. ସୁଧାଂଶୁ ମିଶ୍ରଙ୍କୁ ଅତିରିକ୍ତ ଭାବେ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ଶନିବାର ପ୍ରଫେସର ଡା. ମିଶ୍ର ଅଧୀକ୍ଷକ ପଦରୁ ଅବସର ନେଇଛନ୍ତି। ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ଦିଆଯାଇନାହିଁ। ଏହି ପଦ ଅତିରିକ୍ତ ଭାବେ ଡା. ଲୁସି ଦାସଙ୍କୁ ପ୍ରଦାନ କରାଯାଇଛି। ନୂଆ ଅଧୀକ୍ଷକ ନିଯୁକ୍ତି ପର୍ଯ୍ୟନ୍ତ ଡା. ଦାସ ଅସ୍ଥାୟୀ ଭାବରେ ଏହି ଦାୟିତ୍ବ ତୁଲାଇବେ ବୋଲି ସ୍ବାସ୍ଥ୍ୟ ବିଭାଗରୁ ସୂଚନା ମିଳିଛି। ଡା. ମିଶ୍ରଙ୍କ ପୂର୍ବରୁ ଡାକ୍ତର ଦାସ ଏସ୍‌ସିବି ଅଧୀକ୍ଷକ ଥିଲେ। ଏସ୍‌ସିବିର ନୂତନ ଅଡିଟୋରିୟମରେ ଶନିବାର ଆୟୋଜିତ ଭବ୍ୟ ସମାରୋହରେ ଡା. ମିଶ୍ରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories