www.samajalive.in
Sunday, December 7, 2025
13.1 C
Bhubaneswar

ନନ୍ଦନକାନନରେ ଦୁଇ ସିଂହ ଶାବକ ମୃତ

ନନ୍ଦନକାନନ : ନନ୍ଦନକାନନରେ ୨୯ ତାରିଖରେ ସିଂହୀ ‘ବିଜଲୀ’ ୫ ଶାବକ ଜନ୍ମ ଦେଇଥିଲା। ‘ବିଜଲୀ’ ସେମାନଙ୍କ ମଧ୍ୟରୁ ଦୁଇଟି ଶାବକଙ୍କୁ ଗ୍ରହଣ କରିନଥିଲା। ଫଳରେ ଶାବକ ଦୁଇଟି ଅସୁସ୍ଥ ହୋଇ ଶନିବାର ସେମାନଙ୍କର ମୃତ୍ୟୁ ଘଟିଛି ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣଙ୍କ କହିଛନ୍ତି। ଏମାନଙ୍କ ମୃତ୍ୟୁ ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୨୩କୁ ହ୍ରାସ ପାଇଛି। ଅନ୍ୟ ଶାବକଙ୍କୁ ବଞ୍ଚାଇ ରଖିବାକୁ ପଦକ୍ଷେପ ଗ୍ରହଣ କରାଯାଉଥିବା ବନ୍ୟପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି। ବିଜଲୀ ୨୦୨୦ରେ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଇନ୍ଦୋର ଚିଡିଆଖାନାରୁ ଆସିଥିଲା। ୨୦୨୧ ଜୁଲାଇ ୨୧ରେ ପ୍ରଥମ ଥର ପାଇଁଁ ମା’ ହୋଇ ୩ ଶାବକ ଜନ୍ମ ଦେଇଥିଲା। ବିଜଲୀ ଗ୍ରହଣ ନ କରିବାରୁ ୨ଟି ଶାବକଙ୍କର ମୃତ୍ୟୁ ହୋଇଥିଲା। ୨୦୨୨ ମାର୍ଚ୍ଚ ୧୭ରେ ଦ୍ବିତୀୟ ଥର ମା’ ହୋଇଥିଲା ଓ ଦୁଇଟି ଶାବକ ଜନ୍ମ ଦେଇଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା। ୨୦୨୨ ନଭେମ୍ବର ୨୨ରେ ତୃତୀୟ ଥର ପାଇଁ ମା’ ହୋଇ ୫ଟି ଶାବକ ଜନ୍ମ ଦେଇଥିଲା ଏବଂ ସେଥିରୁ ଗୋଟିଏ ଶାବକର ମୃତ୍ୟୁ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories