www.samajalive.in
Monday, December 8, 2025
13.1 C
Bhubaneswar

ପିପିଲି ବାର୍ଡଫ୍ଲୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲା କ୍ଷତିପୂରଣ

ପିପିଲି:ବାର୍ଡ-ଫ୍ଲୁ ପ୍ରଭାବିତ ପିପିଲି ଓ ସତ୍ୟବାଦୀ ଅଞ୍ଚଳରେ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ମରାଯାଇଥିବା କୁକୁଡା ବାବଦରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି। ସଂକ୍ରମିତ କୁକୁଡା ଫାର୍ମରୁ କୁକୁଡା ମରାଯିବା ସହ ଦାନାକୁ ନଷ୍ଟ କରାଯିବା ଓ ଘର ଅଗଣାରେ ଥିବା ଦେଶୀ କୁକୁଡା ଓ ବତକଙ୍କୁ ମରାଯିବା ବାବଦରେ ଉଭୟ ବ୍ଳକରେ ୧୦ଲକ୍ଷ ୨୪ହଜାର ୬୩୨ଟଙ୍କା ପ୍ରଦାନ କରାଯାଇଥିବା ସୂଚନା ମିଳିଛି।

ସେଥିମଧ୍ୟରୁ ପିପିଲି ବ୍ଲକର ୯ଜଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ୬ ଲକ୍ଷ ୮୬ହଜାର ୭୨୦ ଟଙ୍କା ପ୍ରଦାନ କରାଯାଇଥିବା ସଂପର୍କରେ ପିପିଲି ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଆଲୋକ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ସତ୍ୟବାଦୀ ବ୍ଲକର ୭ଜଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ୩ଲକ୍ଷ ୩୭ହଜାର ୯୧୨ଟଙ୍କା ପ୍ରଦାନ କରାଯାଇଥିବା ସଂପର୍କରେ ସତ୍ୟବାଦୀ ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବାଣୀକାନ୍ତ ଖଟୁଆ ସୂଚନା ଦେଇଛନ୍ତି। ପିପିଲି ବ୍ଲକରେ କୁକୁଡା ମରା ଓ ଫାର୍ମ ବିଶୋଧନ ଅଭିଯାନ ଜାରିରହିଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories