www.samajalive.in
Monday, December 8, 2025
24.1 C
Bhubaneswar

ନିର୍ବାଚନ ଲଢ଼ିବେ ନାହିଁ ମେହବୁବା

ଶ୍ରୀନଗର: ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତି ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ବୁଧବାର ଘୋଷଣା କରିଛନ୍ତି। ମେହବୁବା କହିଛନ୍ତି କେନ୍ଦ୍ରଶାସିତ ଅଞ୍ଚଳ ସରକାରରେ ମୁଖ୍ୟମନ୍ତ୍ରୀ​‌ ହେଲେ ସେ ତାଙ୍କ ଦଳର ଲକ୍ଷ୍ୟ ପୂରଣ କରିପାରିବେ ନାହିଁ। ଏପରି କି ଭୋଟରକୁ ଦେଇଥିବା ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ପୂରଣ କରିପାରିବେ ନାହିଁ। ୨୦୧୬ରେ ବିଜେପି ସହିତ ମେଣ୍ଟ କରି ସେ ରାଜ୍ୟରେ ସରକାର ଗଠନ କରିଥିଲେ। ସରକାର ଗଠନ କରିବା ପରେ ୧୨,୦୦୦ ଲୋକଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାକୁ ପ୍ରତ୍ୟାହାର କରିନେଇଥିଲେ। ଏବେ କିନ୍ତୁ ଜାମ୍ମୁ-କାଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳ। ଏଠାରେ ମୁଖ୍ୟମନ୍ତ୍ରୀ ହେଲେ ସେ କୌଣସି ସ୍ବାଧୀନ ନିଷ୍ପତ୍ତି ନେଇପାରିବେ ନାହିଁ। ନିର୍ବାଚନ ନ ଲଢିବା ନିଷ୍ପତ୍ତି ସମ୍ପର୍କରେ ମେହବୁବା ବିଚ୍ଛିନ୍ନତାବାଦୀ ନେତାଙ୍କୁ ଚିଠି ଲେଖିଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭାର ୯୦ ଆସନ ପାଇଁ ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ୧ ତିନିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଅକ୍ଟୋବର ୪ରେ ଭୋଟ ଗଣତି ହେବ। ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଏନସି ମେଣ୍ଟ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories