ଡେସ୍କ: ଏବେ ଲୋକମାନଙ୍କ ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ଘଟିଛି ଓ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଲୋକମାନେ ରାତ୍ରି ଭୋଜନରେ ରୁଟି ଖାଇବାକୁ ପସନ୍ଦ କରୁଛନ୍ତି ତେଣୁ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଚାଉଳ ସହ ଗହମ ଦେବା ପ୍ରସ୍ତାବ ବିଚାରାଧୀନ ରହିଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ବୁଧବାର ବିଧାନସଭାରେ ପ୍ରଶ୍ନକାଳରେ ବିଧାୟକ ଅମର କୁମାର ନାୟକଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀଙ୍କ ପକ୍ଷରୁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହା କହିଛନ୍ତି।
ରାତ୍ରି ଭୋଜନରେ ରୁଟି ପସନ୍ଦ, ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିପାରେ ଗହମ – ସୂର୍ଯ୍ୟବଂଶୀ ସୁରଜ
Popular Categories


