www.samajalive.in
Saturday, December 13, 2025
14.1 C
Bhubaneswar

ଆସିଲା ‘ସୁଭଦ୍ରା’ ଗାଇଡଲାଇନ; ଜାଣନ୍ତୁ କ’ଣ ରହିଛି ନିୟମ ?

ସମାଜ ଡିଜିଟାଲ ଡେସ୍କ: ସୁଭଦ୍ରା ଯୋଜନାର ଗାଇଡଲାଇନ ବା ନିର୍ଦେଶାବଳୀ ଜାରି କରିଛନ୍ତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ। ଗାଇଡଲାଇନ ଅନୁସାରେ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ମହିଳାମାନେ ଏହି ଯୋଜନାରେ ଆବେଦନ କରିପାରିବେ। ସେମାନଙ୍କ ଆଧାରକାର୍ଡରେ ରହିଥିବା ଜନ୍ମ ତାରିଖକୁ ଆଧାର କରି ବୟସ ଗଣନା କରାଯିବ।

-ଆବେଦନକାରୀ ଓଡ଼ିଶାର ବାସିନ୍ଦା ହୋଇଥିବେ।

- Advertisement -

-ଗତ ଜୁଲାଇ ୧ ତାରିଖ ସୁଦ୍ଧା ହିତାଧିକାରୀଙ୍କୁ ୨୧ ବର୍ଷ ହୋଇଥିଲେ ସେ ଏହି ଯୋଜନାରେ ସାମିଲ ହୋଇପାରିବେ।

-ଆବେଦନକାରୀଙ୍କ ଜନ୍ମ ୨୦୦୩ ମସିହା ଜୁଲାଇ ୧ ପରେ ହୋଇ ନ ଥିବ ଏବଂ ୧୯୬୪ ମସିହା ଜୁଲାଇ ୨ ପୂର୍ବରୁ ହୋଇ ନ ଥିବ।

-ଆୟକର ଦେଉଥିଲେ ଯୋଜନାରେ ହୋଇପାରିବେନି ସାମିଲ।

-ମାସକୁ ୧୫ ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉ ନ ଥିବେ।

-ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ ବା ବିଧାୟକ ହୋଇ ନ ଥିବେ।

-ଓ୍ବାର୍ଡସଭ୍ୟ/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି।

-କେନ୍ଦ୍ର/ରାଜ୍ୟ ସରକାର ଚାକିରି ବା ପେନସନ ପାଉଥିଲେ ମିଳିବନି

-ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ ହେବେ

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories