www.samajalive.in
Sunday, December 7, 2025
16.1 C
Bhubaneswar

ଜନ୍ମାଷ୍ଟମୀରେ ରାଶି ଅନୁଯାୟୀ ଏସବୁ ଦାନ କରନ୍ତୁ , ଦେଖନ୍ତୁ ଚମତ୍କାର..

ହିନ୍ଦୁ ଧର୍ମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବର ଖୁବ୍‌ ମହତ୍ତ୍ୱ ରହିଛି । ଏହି ଦିନ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି । ଜନ୍ମାଷ୍ଟମୀ ପର୍ବ ଭାଦ୍ରକ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଭଗବାନଙ୍କ ଜନ୍ମ ଉତ୍ସବ ରୂପରେ ପାଳନ କରାଯାଏ । ଏହି ଦିନ ପ୍ରଭୁଙ୍କୁ ପୂଜା କରିବା ସହ ବ୍ରତ ପାଳନ କରାଯାଏ । ତେବେ ଏହି ଦିନ ରାଶି ଅନୁଯାୟୀ କିଛି ଜିନିଷ ଦାନ କରିବା ଦ୍ୱାରା ପ୍ରଭୁଙ୍କ କୃପା ପ୍ରାପ୍ତି ହୋଇଥାଏ । ଜାଣନ୍ତୁ..

ମେଷ – ଏହି ରାଶିର ସ୍ୱାମୀ ମଙ୍ଗଳ ଗ୍ରହ । ଏହି ରାଶିର ବ୍ୟକ୍ତି ବିଶେଷ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ଗହମ ଓ ଗୁଡ ଦାନ କରନ୍ତୁ।

- Advertisement -

ବୃଷ – ଏହି ରାଶିର ସ୍ୱାମୀ ଶୁକ୍ର । ଏହି ରାଶିର ବ୍ୟକ୍ତି ବିଶେଷ ଲହୁଣି, ମିଶ୍ରି ଓ ଚିନି ଦାନ କରନ୍ତୁ।

ମିଥୁନ – ଏହି ରାଶିର ସ୍ୱାମୀ ବୁଧ । ଜନ୍ମାଷ୍ଟମୀ ଦିନ ଅସହାୟଙ୍କୁ ଅନ୍ନ ଦାନ କରନ୍ତୁ।

କର୍କଟ – ଏହି ରାଶିର ସ୍ୱାମୀ ଚନ୍ଦ୍ର । ଜନ୍ମାଷ୍ଟମୀ ଦିନ କ୍ଷୀର, ଦହି, ଚାଉଳ ଓ ମିଠା ଦାନ କରନ୍ତୁ।

ଖୁବ୍‌ ଖାସ୍‌ ଏ ବର୍ଷର ଜନ୍ମାଷ୍ଟମୀ: ୪ଟି ଦୁର୍ଲ୍ଲଭ ସଂଯୋଗ,ପୂରଣ ହେବ ମନସ୍କାମନା..

ସିଂହ – ଏହି ରାଶିର ସ୍ୱାମୀ ସୂର୍ଯ୍ୟ । ଗୁଡ, ମହୁ, ମସୁର ଡାଲି ଦାନ କରନ୍ତୁ।

କନ୍ୟା – ଏହି ରାଶିର ସ୍ୱାମୀ ବୁଧ । ଗୋମାତାଙ୍କ ସେବା କରନ୍ତୁ।

ତୁଳା – ଏହି ରାଶିର ସ୍ୱାମୀ ଶୁକ୍ର । ଆର୍ଥିକ ସମସ୍ୟା ଦୂର ପାଇଁ ଶ୍ୱେତ ଓ ନୀଳ ରଙ୍ଗର ବସ୍ତ୍ର ଦାନ କରନ୍ତୁ।

ବିଛା – ଏହି ରାଶିର ସ୍ୱାମୀ ମଙ୍ଗଳ । ଗହମ, ଗୁଡ ଓ ମହୁ ଦାନ କରନ୍ତୁ।

ଧନୁ- ଏହି ରାଶିର ସ୍ୱାମୀ ବୃହସ୍ପତି । ଧାର୍ମିକ ପୁସ୍ତକ ଦାନ କରନ୍ତୁ ।

ମକର- ଏହି ରାଶିର ସ୍ୱାମୀ ଶନି । ଅସହାୟଙ୍କୁ ନୀଳ ରଙ୍ଗର ବସ୍ତ୍ର ଦାନ କରନ୍ତୁ।

କୁମ୍ଭ- ଏହି ରାଶିର ସ୍ୱାମୀ ଶନି । ଧନ ଦାନ କରନ୍ତୁ।

ମୀନ – ଏହି ରାଶିର ସ୍ୱାମୀ ବୃହସ୍ପତି । କଦଳୀ, ବେସନ ଲଡୁ, ମିଶ୍ରି, ଲହୁଣି ଆଦି ଦାନ କରନ୍ତୁ।

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories