www.samajalive.in
Friday, December 12, 2025
17.1 C
Bhubaneswar

ପୁଣି ଆଇପିଏଲକୁ ଫେରିବେ ଯୁବରାଜ !

ସମାଜ ଡିଜିଟାଲ ଡେସ୍କ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ପୁଣି ଥରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ଯୁବରାଜ ସିଂହ। ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜଙ୍କର ୨୦୦୭ ଟି-୨୦ ବିଶ୍ଵକପ ଏବଂ ୨୦୧୧ ଦିନିକିଆ ବିଶ୍ଵକପରେ ଭାରତର ବିଜୟ ପଛରେ ପ୍ରମୁଖ ଭୂମିକା ରହିଥିଲା। ବର୍ତ୍ତମାନ ସେ ପୁନର୍ବାର ଆଇପିଏଲକୁ ଫେରିବା ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ଏଥର ସେ ବ୍ୟାଟ୍ସମ୍ୟାନ ରୂପେ ନୁହେଁ, ବରଂ ଜଣେ କୋଚ୍‌(ପ୍ରଶିକ୍ଷକ) ଭାବେ ପଡ଼ିଆକୁ ଓହ୍ଲାଇବେ। ୨୦୨୫ ଆଇପିଏଲରେ ସେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀ କ୍ୟାପିଟାଲ୍ସ ଯୁବରାଜଙ୍କ ସହିତ ଆଲୋଚନା ଆରମ୍ଭ କରିଛି। ଗତ ମାସରେ ଦଳ ଏହାର କୋଚ୍ ରିକି ପଣ୍ଟିଂଙ୍କ ସହିତ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଛି। ଏବେ ଦିଲ୍ଲୀ ପାଇଁ କୋଚ୍‌ ଆବଶ୍ୟକ ଥିବାବେଳେ ଦଳ ଯୁବରାଜଙ୍କ ସହିତ କଥାବାର୍ତ୍ତା ଚଳାଇଛି। ପୂର୍ବରୁ ପଣ୍ଟିଂ ମଧ୍ୟ ସଙ୍କେତ ଦେଇ କହିଥିଲେ ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଜଣେ ଭାରତୀୟଙ୍କୁ ମୁଖ୍ୟ କୋଚ କରିବାକୁ  ଚାହୁଁଛି। ତେଣୁ ବର୍ତ୍ତମାନ ଯୁବରାଜଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ​ ହୋଇଛି।

- Advertisement -

ଯୁବରାଜ ୩୦୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ୮୭୦୧ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୧୪ଟି ଶତକ ଏବଂ ୫୨ଟି ଅର୍ଦ୍ଧଶତକୀୟ ଇନିଂସ ରହିଛି। ସେହିପରି ସେ ୪୦ଟି ଟେଷ୍ଟ ମ୍ୟାଚରୁ ୧୯୦୦ ରନ୍‌ ସଂଗ୍ରହ କରିଥିବାବେଳେ ୩ଟି ଶତକ ଏବଂ ୧୧ ଅର୍ଦ୍ଧଶତକ ସାମିଲ ଅଛି। ଟି-୨୦ରେ ସେ ୫୮ ମ୍ୟାଚ ଖେଳିଛନ୍ତି, ଯେଉଁଥିରେ ସେ ୧୧୭୭ ରନ୍‌ ସଂଗ୍ରହ କରିଛନ୍ତି। ଏହାବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କ ନାମରେ ୧୪୮ ଉଇକେଟ୍‌ ରହିଛି। ଆଇପିଏଲରେ ଯୁବରାଜ ୧୩୨ ମ୍ୟାଚ ଖେଳି ୨୭୫୦ ରନ୍‌ ସହିତ ୩୬ଟି ଉଇକେଟ ଅକ୍ତିଆର କରିଛନ୍ତି। ସେ ଆଇପିଏଲରେ ମୁମ୍ବଇ ଇଣ୍ଡିଆନ୍ସ, ପୁଣେ ଓ୍ବାରିୟର୍ସ, ପଞ୍ଜାବ କିଙ୍ଗ୍‌ସ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍‌ ତରଫରୁ ଖେଳିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories