www.samajalive.in
Friday, December 12, 2025
23.1 C
Bhubaneswar

ରେଳ ଟ୍ରାକରେ ଛତା ଧରି ନିଘୋଡ଼ ନିଦରେ ଶୋଇଥିଲେ ବ୍ୟକ୍ତି, ପାଖରେ ଆସି ପହଞ୍ଚିଗଲା ଟ୍ରେନ, ତା’ ପରେ…ଦେଖନ୍ତୁ ଭିଡିଓରେ

ସମାଜ ଡିଜିଟାଲ ଡେସ୍କ: ଅନେକ ସମୟରେ ଲୋକମାନେ ଆତ୍ମହତ୍ୟା କରିବାକୁ ରେଳ ଧାରଣାକୁ ବାଛିଥାଆନ୍ତି। ଟ୍ରେନ ଆସିବା ପୂର୍ବରୁ ଟ୍ରାକରେ ଶୋଇପଡ଼ି ଜୀବନ ହାରନ୍ତି। ହେଲେ କେବେ ଦେଖିଛନ୍ତି, ବିଶ୍ରାମ ପାଇଁ ରେଳ ଧାରଣାରେ କେହି​‌ ଶୋଇପଡ଼ିବା। ଏଭଳି ଏକ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଭିଡିଓଟି ଏହିପରି…

- Advertisement -

ଜଣେ ବ୍ୟକ୍ତି ରେଳ ଟ୍ରାକରେ ମୁଣ୍ଡ ରଖି ଛତାକୁ ହାତରେ ଧରି ଶୋଇଛନ୍ତି। ତାହା ପୁଣି ଅତି ଶାନ୍ତିରେ ଏବଂ ନିଘୋଡ଼ ନିଦରେ। ହେଲେ କେତେବେଳେ ଟ୍ରେନ ଆସି ପହଞ୍ଚି ଯାଇଛି ତାଙ୍କୁ ଜଣାପଡ଼ିନାହିଁ। ସେ ଆରାମରେ ଶୋଇ ରହିଛନ୍ତି। ବ୍ୟକ୍ତି ଜଣକ ହାତରେ ଛତା ଧରିଥିବାରୁ ଟ୍ରେନ ଚାଳକ ଏହା ଦୂରରୁ ଦେଖିପାରିଥିଲେ। ଯାହାଫଳରେ ସେ ଶେଷ ମୁହୂର୍ତ୍ତରେ ଟ୍ରେନଟିକୁ ଅଟକାଇବାରେ ସଫଳ ହୋଇଥିଲେ। କିନ୍ତୁ ଟ୍ରେନ ଚାଳକ ସେ ପର୍ଯ୍ୟନ୍ତ ଜାଣିପାରି ନ ଥିଲେ ଯେ କେହି ଜଣେ ଛତା ଧରି ଶୋଇ ରହିଛନ୍ତି। ଟ୍ରେନ ଅଟକାଇ ସେ ଯେତେବେଳେ ଓହ୍ଲାଇଲେ ଏବଂ ଯାହା ଦେଖିଲେ ସେଥିରେ ସେ ବି ଆଶ୍ଚର୍ଯ୍ୟ ନ ହୋଇ ରହିପାରିଲେ ନାହିଁ। ଶେଷରେ ଚାଳକ ଉକ୍ତ ବ୍ୟକ୍ତିଙ୍କ ନିକଟକୁ ଯାଇ ତାଙ୍କୁ ନିଦରୁ ଉଠାଇଲେ। ସେ ନିଦରୁ ଉଠିବା ପରେ ଟ୍ରେନଟି ଆଗକୁ ଯାଇଥିଲା। ଉତ୍ତରପ୍ରଦେଶର ପ୍ରୟାଗରାଜରୁ ପ୍ରତାପଗଡ଼ ରେଳ ଲାଇନର ମାଉ ଆଇମା ରେଲଓ୍ବେ କ୍ରସିଂ ନିକଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories