www.samajalive.in
Thursday, December 11, 2025
13.1 C
Bhubaneswar

ଚୟନ କମିଟିରୁ ଓହରିଲେ ପ୍ରଧାନ ବିଚାରପତି, ତାଙ୍କ ସ୍ଥାନ ନେବେ ଏ.କେ ସିକ୍ରି

ନୂଆଦିଲ୍ଲୀ : ଦୁର୍ନୀତି ମାମଲାରେ ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଭବିଷ୍ୟତ ସମ୍ବନ୍ଧରେ ନିଷ୍ପତ୍ତି ନେବା ଲାଗି ଉଦ୍ଦିଷ୍ଟ ଉଚ୍ଚକ୍ଷମତା ସମ୍ପନ୍ନ କମିଟିରୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ବୁଧବାର ଓହରି ଯାଇଛନ୍ତି। ସିବିଆଇ ନିର୍ଦେଶକ ଭାବେ ବର୍ମାଙ୍କ ନିଯୁକ୍ତି କାଏମ ରଖିଥିବା ସାମ୍ବିଧାନିକ ପୀଠର ସଦସ୍ୟ ଥିବାରୁ ଗୋଗଇ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ବିଚାରପତି ଏ. କେ. ସିକ୍ରି ଉକ୍ତ କମିଟିର ସଦସ୍ୟ ରହିବେ। ଏ ନେଇ ପ୍ରଧାନ ବିଚାରପତି ନିଜେ ସିକ୍ରିଙ୍କୁ ମନୋନୀତ କରିଛନ୍ତି। ତିନି ଜଣିଆ ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସର୍ବବୃହତ ବିରୋଧୀ ଦଳର ନେତା (ଏହି ମାମଲାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ) ମଧ୍ୟ ସଦସ୍ୟ ଅଛନ୍ତି। ମୋଦୀ କେନ୍ଦ୍ର ସରକାରଙ୍କ ପଦକ୍ଷେପର ଔଚିତ୍ୟ ବିଷୟରେ କମିଟିକୁ ଅବଗତ କରିବାକୁ ଉଦ୍ୟମ କରିଥିବା ବେଳେ କଂଗ୍ରେସ ଆଲୋଚନା ପାଇଁ ଅଧିକ ସମୟ ଲୋଡିଛି। ଏପରିକି ବର୍ମାଙ୍କୁ ଛୁଟିରେ ପଠାଇବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରି ଖଡଗେ ପୂର୍ବରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏଭଳିସ୍ଥିତିରେ ବିଚାରପତି ସିକ୍ରି ହିଁ ବର୍ମାଙ୍କ ଭବିଷ୍ୟତ ଉପରେ ଚୂଡାନ୍ତ ନିଷ୍ପତ୍ତି ନେବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories