www.samajalive.in
Saturday, December 13, 2025
26.1 C
Bhubaneswar

ପଞ୍ଚଦଶ ଅର୍ଥ ଆୟୋଗଙ୍କ ନିକଟରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପଞ୍ଚଦଶ ଅର୍ଥ ଆୟୋଗଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦେବା ସହ ଅନେକ ଦାବି ଉପସ୍ଥାପନା କରିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗର ଅଧ୍ୟକ୍ଷ ନନ୍ଦ କିଶୋର ସିଂହଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଦାବି କରିଛନ୍ତି। ଏହାସହ ଟ୍ୟାକ୍ସ ଡିଭୋଲ୍ୟୁସନକୁ ୪୨ରୁ ୫୦ ପ୍ରତିଶତ କରିବାକୁ ଦାବି କରିଛନ୍ତି। ଜିଏସଟି କ୍ଷତି ଭରଣାକୁ ଆଉ ୧୦ବର୍ଷ ବୃଦ୍ଧି , କୋଇଲା ଖଣି ଅଞ୍ଚଳରେ କ୍ଲିନ ଏନର୍ଜି ସେସ୍ ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ଆୟୋଗଙ୍କ ସମ୍ମୁଖରେ ଦାବି ଉପସ୍ଥାପନା କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ତଥା ବାତ୍ୟା ଆଶ୍ରୟସ୍ଥଳୀ, ତ୍ବରିତ ସୂଚନା ପାଇଁ ମୁଖ୍ୟମନ୍ତ୍ରୀ ୧୫ଶହ କୋଟି ଟଙ୍କା ଦାବି କରିଛନ୍ତି। ପଞ୍ଚଦଶ ଅର୍ଥ କମିଶନରଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ବିଗତ ୧୯ବର୍ଷର ଆର୍ଥିକ ପ୍ରଗତି ଉପସ୍ଥାପନା କରିଛନ୍ତି। ମୁଖ୍ୟମନ୍ତ୍ରୀ ସେତେବେଳର ଓଡିଶା ଓ ବର୍ତ୍ତମାନର ଓଡିଶା ମଧ୍ୟରେ ଅନେକ ପ୍ରଭେଦ ଦର୍ଶାଇଲେ। ବିପର୍ଯ୍ୟୟ ପରିଚାଳନା, କୃଷି, ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ହୋଇଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି।

ବିଜେଡି କୌଣସି ମହାମେଣ୍ଟରେ ସାମିଲ ହେବ ନାହିଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପଞ୍ଚଦଶ ଅର୍ଥ ଆୟୋଗଙ୍କ ବୈଠକରେ ଯୋଗ ଦେଇ ଫେରିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେଡି ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷା କରିଆସୁଛି। ସେହିପରି ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ପ୍ରଦୀପ ମହାରଥୀ ଓ ଦାମ ରାଉତଙ୍କ ଇସ୍ତଫା ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ଚର୍ଚ୍ଚା କରାଯାଉଥିଲା। କିନ୍ତୁ ମନ୍ତ୍ରୀମଣ୍ଡଳରେ କୌଣସି ଅଦଳବଦଳ ହେବାର ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories