www.samajalive.in
Monday, December 8, 2025
17.1 C
Bhubaneswar

ସୁନ୍ଦର କାରୁକାର୍ଯ୍ୟ ପ୍ରେମୀଙ୍କ ପାଇଁ ଏହି ସ୍ଥାନ ଅଟେ ସ୍ୱତନ୍ତ୍ର

ରାଜାମହାରାଜାଙ୍କ ଜୀବନଶୈଳୀର ପରିଚୟ ପାଇବାକୁ ହେଲେ ‘ବିଜୟ ବିଳାସ’ ପ୍ରାସାଦ ମାଣ୍ଡବୀରେ ସମୟ ଅତିବାହିତ କରିବା ପାଇଁ ଖୁବ ସୁନ୍ଦର ସ୍ଥାନ ଅଟେ। ବୁଲିବା ସହ ଇତିହାସ ଏବଂ ଫଟୋଗ୍ରାଫିର ସଉକ ଥିବା ଲୋକମାନେ ଏହି ସ୍ଥାନକୁ ବୁଲିବାକୁ ନିଶ୍ଚୟ ଆସନ୍ତୁ। ‘ହମ ଦିଲ୍ଲ ଦେ ଚୁକେ ସନମ’, ଓ ଲଗାନ ଚଳଚ୍ଚିତ୍ରରେ ଏହି ପ୍ରାସାଦର ଦୃଶ୍ୟ ଦେଖିବାକୁ ମିଳିଛି। ଯାହାର ସୌନ୍ଦର୍ଯ୍ୟ ଆଜି ମଧ୍ୟ ସେହିପରି ରହିଛି। ଯଦି ଆପଣ ଇତିହାସ ବିଷୟରେ ଜାଣିବାକୁ ଇଚ୍ଛୁକ ତେବେ ଗୁଜୁରାଟର ଏହି ମହଲର ସୌନ୍ଦର୍ଯ୍ୟ ଓ କାରୁକାର୍ଯ୍ୟ ଦେଖିବାକୁ ଯିବା ନିତ୍ୟାନ୍ତ ଜରୁରୀ ଅଟେ।
ମହଲର ଇତିହାସ –
ଏହି ମହଲର ନିର୍ମାଣ ମହାରାଜା ବିଜୟରାଜଜୀଙ୍କ ସମୟରେ ହୋଇଥିଲା। ପ୍ରାୟ ୧୯୨୦ରେ ମହଲର ନିର୍ମାଣ ଆରମ୍ଭ ହୋଇଥିଲା। ମାଣ୍ଡବୀରେ ଇଣ୍ଡୋ–ୟୁରୋପିୟନ ଶୈଳୀରେ ନିର୍ମିତ ହୋଇଥିବା ଏହି ମହଲ ବ୍ୟବହାର ରାଜା ମହାରାଜା ଖରାଦିନରେ କରୁଥିଲେ।
ମହଲର ନିର୍ମାଣ ଶୈଳୀ –
ମହଲର ଭିତର ଓ ବାହାର ଅଂଶର ନିର୍ମାଣ ଶୈଳୀ ଖୁବ ସୁନ୍ଦର ଅଟେ। ଏଠାକୁ ଆସି ଫଟୋ ଉଠାଇବାକୁ ପର୍ଯ୍ୟଟକ ଖୁବ ପସନ୍ଦ କରିଥାଆନ୍ତି। ମହଲର ନିର୍ମାଣ ଶୈଳୀ ବହୁ ଉଚ୍ଚକୋଟରୀର ଅଟେ। ମହଲର ସୁନ୍ଦରତା ଆଜି ମଧ୍ୟ ସେପରି ବଜାୟ ରଖିଛି। ସୂର୍ଯ୍ୟଙ୍କ ଚମକ କିରଣରେ ମହଲର ସୁନ୍ଦରତା ଝଲସି ଉଠେ। ସେହି ସମୟରେ ଏହି ମହଲର ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ। ତେଣୁ ଏହା ବର୍ତ୍ତମାନ ଏକ ପର୍ଯ୍ୟଟନସ୍ଥଳୀ ପାଲଟିଛି। ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ସମସ୍ତ ପ୍ରକାରର ସୁବିଧାର ମଧ୍ୟ ଆୟୋଜନ କରାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories