www.samajalive.in
Wednesday, December 10, 2025
18.1 C
Bhubaneswar

୪ ଘଣ୍ଟା ପରେ ମିଳିଲା ନିଖୋଜ ନାବାଳକର ମୃତଦେହ

ବ୍ରହ୍ମପୁର: ୪ ଘଣ୍ଟା ପରେ ମିଳିଲା ନାବାଳକର ମୃତଦେହ। ବୁଧବାର ମୁକୁଳା ନାଳରେ ଭାସିଯାଇ ନିଖୋଜ ହୋଇଥିଲେ ବ୍ରହ୍ମପୁର ଲକ୍ଷ୍ମୀନୃସିଂହ ସାହି ୧୪ ନଂ ଗଳିର ଜଣେ ୧୦ବର୍ଷର ନାବାଳକ । ନାବଳକ ଜଣଙ୍କ ସାଇକଲରେ ଆସୁଥିବା ବେଳେ ବର୍ଷା ପାଣି ପ୍ରବାହିତ ହେଉଥିବା ନାଳରେ ପଡି ଯାଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ସାହି ବାସିନ୍ଦା ଖୋଜାଖୋଜି ଜାରି ରଖିଥିଲେ। ହେଲେ ନାଳରେ ବହୁମାତ୍ରାରେ ପାଣି ପ୍ରବାହିତ ହେଉଥିବାରୁ ନାବାଳକଙ୍କୁ ଠାବ କରାଯାଇପାରିନଥିଲା। କେବଳ ସାଇକେଲ ଉଦ୍ଧାର ହୋଇଥିଲା। ଦୀର୍ଘ ୪ ଘଣ୍ଟାର ଖୋଜାଖୋଜି ପରେ ନାବାଳକଟିର ମୃତଦେହ ଉଦ୍ଧାର ହୋଇଛି। ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ମୁକୁଳା ନାଳ ରହିଥିବାବେଳେ ଅନେକ ସମୟରେ ଏଭଳି ଅଘଟଣ ଘଟୁଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

Related Articles

Popular Categories