www.samajalive.in
Monday, December 8, 2025
24.1 C
Bhubaneswar

ମିନିଟ୍ରକ ସହିତ ୨୪ ଶହ ନିଶା କଫ ସିରପ ଜବତ, ୪ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲା ଦେଇ ନିୟମିତ ଅବୈଧ୍ୟ ରୂପେ ମାଦକ ଦ୍ରବ୍ୟ ଚାଲାଣ ହେଉଥିବାର ଅଭିଯୋଗ ହେଉଥିବା ବେଳେ ବୁଧବାର ଅବକାରୀ ବିଭାଗ ଦ୍ୱାରା ବିପୁଳ ମାତ୍ରାରେ ନିଶା କଫ ସିରପ ଜବତ କରାଯାଇଛି। ଅବକାରୀ ବିଭାଗର ସୂଚନାନୂଯାୟୀ, ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ସମୟରେ କୋଲକତାରୁ ଏକ ମିନି ଟ୍ରକ ଯୋଗେ ବେଆଇନ ଭାବରେ ବିପୁଳ ନିଶା କଫ ସିରପ ସମ୍ବଲପୁର ଜିଲାକୁ ଆସୁଥିବାର ଖବର ମିଳିଥିଲା। ଏଣୁ ଅବକାରୀ ବିଭାଗ ପକ୍ଷରୁ ପଡ଼ିଆବାହାଲ ଅଞ୍ଚଳରେ ମିନି ଟ୍ରକକୁ ଅଟଳାଇବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଉକ୍ତ ମିନିଟ୍ରକ ଟି ସେଠାରୁ ଦ୍ରୁତଗତିରେ ଫେରାର ହେବାରୁ ତାକୁ ପିଛା କରାଯାଇ ସ୍ଥାନୀୟ ସିନ୍ଦୁରପଙ୍କ ସ୍ଥିତ ଚୌଧୁରୀ ଛକ ନିକଟରେ ଧରାଯାଇଥିଲା। ଟ୍ରକକୁ ଯାଞ୍ଚ କରିବାରୁ ଗାଡିରୁ ୨୪ ଶହ ନିଶା କଫ ସିରପ ଜବତ କରାଯାଇଥିଲା। ଗାଡିରେ ଥିବା ଗାଡି ଚାଳକଙ୍କ ସମେତ ଅନ୍ୟ ମାନଙ୍କୁ ଗିରଫ କରାଯାଇଥିଲା। ଏ ନେଇ ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ଲଡୁଖାଇ ନିବାସୀ ମନୋଜ କୁମାର ପୃଷେଠ (୩୯), ଗୋଶାଳା ନିବାସୀ ଜିତୁ ସାହୁ (୩୦), ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲା ନିବାସୀ ଗୁରମେଲ ସିଂ (୫୫) ଏବଂ ପଞ୍ଜାବ ରାଜ୍ୟ ଗୁରଦାସପୁର ନିବାସୀ ବୈଜେନ୍ଦ୍ର ସିଂ (୩୮) ଙ୍କୁ ଗିରଫ କରାଯାଇ ଅଦାଲତକୁ ଚାଲାଣ କରାଯାଇଛି। ଏହି ଘଟଣାରେ ବ୍ୟବହୃତ ମିନିଟ୍ରକ, ଏକ ମୋଟର ସାଇକେଲ ଓ ୫ଟି ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଛି। ଜବତ ହୋଇଥିବା ନିଶା କଫ ସିରଫ, ଗାଡି ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ। ଏହି ଘଟଣାର ଅଧିକ ତଦନ୍ତ ପାଇଁ ୧୫ ଦିନିଆ ରିମାଣ୍ଡ ମଧ୍ୟ ଅଦାଲତଙ୍କ ନିକଟରେ କରାଯାଇଛି ବୋଲି ଜଣାପଡ଼ିଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories