www.samajalive.in
Tuesday, December 9, 2025
17.1 C
Bhubaneswar

ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ: ମଙ୍ଗଳବାର ରାଶିଫଳ

ମେଷ: ମହନୀୟ ପଦ, ପଦବୀରେ ଅଭିଷିକ୍ତ ହୋଇପାରନ୍ତି। ଅତୁଳ ରାଜ ସମ୍ପଦର ଅଧିକାରୀ ହେବେ। ଦୀନ, ଦୁଃଖୀ ଅସହାୟଙ୍କ ପାଇଁ ଦୟାର୍ଦ୍ରଚିତ୍ତ ହେବେ। ନିଜର ଜ୍ଞାନାଲୋକରେ ପଡ଼ୋଶୀଙ୍କ ପଥ ଆଲୋକିତ କରିବେ।
ବୃଷ: ସୌଭାଗ୍ୟବଶତଃ ପାଇଥିବା ସହଧର୍ମିଣୀଙ୍କ ଚଳଚଞ୍ଚଳ ଭାବମୂର୍ତ୍ତି ଯୋ ଆପଣ ପ୍ରତ୍ୟେକ କ୍ଷେତ୍ରରେ କୃତକାର୍ଯ୍ୟ ହେବେ। ଧନସମ୍ପଦ ଭରପୂର ରହିବ। ଉଦ୍ୟୋଗପତି ହୋଇପାରନ୍ତି। ସୁସ୍ଥ ଜୀବନ ବିତାଇବେ।
ମିଥୁନ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଉପୁଜିବାକୁ ଥିବା ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭପ୍ରଦ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦାନୀ ହେବେ।
କର୍କଟ: କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହି​‌ବେ। ମାନ ସଂଘାତକୁ ଏଡ଼ାଇ ଯିବାର ସତ୍‌ ସାହସ ଆପଣଙ୍କର ଅଛି। ଆଶାକୁ ଜୀବନର ଆଧାର କରିପାରନ୍ତି। ତ୍ୟାଗ ରୂପକ ଜୀବନ ଶୋଧନରେ ରାଜମାର୍ଗକୁ ବାଛିନେବେ।
ସିଂହ: ନିର୍ମଳ ମନ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଥିବାରୁ କଳା ସୃଷ୍ଟିର କର୍ଣ୍ଣଧାର ହୋଇପାରନ୍ତି। ନୀତିନିଷ୍ଠ ମାର୍ଗ ଦର୍ଶକ ହୋଇପାରନ୍ତି। ଉପନିଷଦରେ ଅଛି ‘ମାତୃଦେବୋଭବ’ ପରିବର୍ତ୍ତେ ‘ଦରିଦ୍ର ଦେବୋ ଭବ’ ସେବାକୁ ପ୍ରାଧାନ୍ୟ ଦେବେ। କନ୍ୟା: ଆପଣ ସତ୍ୟପ୍ରାଜ୍ଞ ହୋଇଥିବାରୁ ଆପଣଙ୍କ କ୍ରୋଧ ବା ରାଗ ପାଣିର ଗାର ପରି ହୋଇପାରେ। ସମୟର ସଦୁପଯୋଗ କରି ମାନବାଧିକାର ସାବ୍ୟସ୍ତ କରିପାରନ୍ତି। ଭ୍ରାତୃ ଶକ୍ତିଦ୍ବାରା ଶତ୍ରୁତାର ଅବସାନ ଘଟାଇବେ।
ତୁଳା: ଈପ୍‌ସିତ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଜୀବନକୁ ସହଜଭାବେ ଗ୍ରହଣ କରିବାର ଶକ୍ତି ଆପଣଙ୍କଠାରେ ଅଛି। ପ୍ରାଣସ୍ପର୍ଶୀ ଲେଖାର ସାଧକ ହୋଇପାରନ୍ତି। ଧନବାନ୍‌, ତେଜସ୍ବୀ, ଧାର୍ମିକ ଓ ସହିଷ୍ଣୁ ହେବେ।
ବିଛା : ଧର୍ମାନୁମୋଦିତ ପନ୍ଥାରେ ଜୀବନଯାପନ ଆପଣଙ୍କର ଧ୍ୟେୟ ହେବ। ସତ୍‌ ସହିତ ସୁସମ୍ପର୍କ ଯୋଡ଼ି ସତ୍‌ସଙ୍ଗର ପ୍ରମୁଖ କର୍ମକର୍ତ୍ତା ହୋଇପାରନ୍ତି। ସଦାଚାରୀ ହେବେ। ଚାଷକୁ ପ୍ରାଧାନ୍ୟ ଦେବେ।
ଧନୁ: ଆଧ୍ୟାତ୍ମ ବଳରେ ବ୍ୟକ୍ତିତ୍ବର ସୁରକ୍ଷା କରିପାରନ୍ତି। ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ମିଳିବ। ଆତ୍ମସଂଯମୀ ହୋଇ ଇନ୍ଦ୍ରିୟମାନଙ୍କ ଲାଳସାକୁ ଆୟତ୍ତ କରିପାରନ୍ତି। ଲୁକ୍‌କାୟିତ ପ୍ରତିଭାର ବିକାଶ ହେବ।
ମକର: ଭାଗ୍ୟକୁ ଦୋଷ ନ ଦେଇ କର୍ମ ତତ୍ପରତା ଆପଣଙ୍କ ପାଇଁ ଫଳପ୍ରସୂ ହେବ। ମଧୁର, କୋମଳ ଓ ଶାନ୍ତ ସ୍ବଭାବର ବ୍ୟକ୍ତିଭାବେ ଦୃଷ୍ଟ ପ୍ରକୃତିର ଲୋକଙ୍କ ହୃଦୟ ଜୟ କରିପାରନ୍ତି। ଧନାଗମ ହୋଇପାରେ।
କୁମ୍ଭ:ଧନବାନ୍‌ ଓ ଶାନ୍ତିପ୍ରିୟ ହେବେ। ରାଜନୀତିଜ୍ଞ ଓ ଶତ୍ରୁବିନାଶକାରୀ ହୋଇପାରନ୍ତି। ରାଜତୁଲ୍ୟ ହେବେ। ନୀତିନିଷ୍ଠ ମାର୍ଗ ଦର୍ଶକ ହୋଇପାରନ୍ତି। ଅନ୍ୟାୟ ବିରୋଧରେ ଲଢ଼େଇ କରି ବିଜୟୀ ହେବେ।
ମୀନ: ମନ ଭିତରେ ଧ୍ୟାନର ଦୀପ ପ୍ରଜ୍ବଳନ କଲେ ଚଲାପଥ ଆଲୋକିତ ହେବ। ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ସାଧନା​‌ରେ ସିଦ୍ଧି ପ୍ରାପ୍ତ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories