www.samajalive.in
Monday, December 8, 2025
20.1 C
Bhubaneswar

ଆଳୁ ସଙ୍କଟ ନେଇ ବିଜେଡିର ମୁଲତବୀ ପ୍ରସ୍ତାବ

ସମାଜ ଡିଜିଟାଲ ଡେସ୍କ: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ଏହା ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ମଙ୍ଗଳବାର ଅଧିବେଶନର ପ୍ରଥମ ଦିନରେ ରାଜ୍ୟ ସରକାରଙ୍କୁ ଘେରିବାକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛନ୍ତି। ଖାସ କରି ରାଜ୍ୟରେ ବଢି ଚାଲିଥିବା ଆଳୁ ସଙ୍କଟ ନେଇ ସରକାରଙ୍କୁ ଘେରିବେ ବିରୋଧୀ। ବିରୋଧୀ ଦଳ ବିଜେଡି ପକ୍ଷରୁ ଏନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଛି। ଆଳୁ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ବିଜେଡି ପ୍ରସ୍ତାବ ଦେଇଛି। ସେହିପରି ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେପି ନେତାଙ୍କୁ ଆମନ୍ତ୍ରଣ କରିବା ଓ ଅତ୍ୟାବଶ୍ୟକ ମୂଲ୍ୟ ବୃଦ୍ଧିକୁ ବିଜେଡି କରିଥିବା ବେଳେ କଂଗ୍ରେସ ସୁଭଦ୍ରା ଯୋଜନାକୁ ପ୍ରସଙ୍ଗ କରିବାର ସମ୍ଭାବନା ରହିଛି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories