www.samajalive.in
Monday, December 8, 2025
27.1 C
Bhubaneswar

ଚନ୍ଦକା ଜଙ୍ଗଲରୁ ମିଳିଲା ଦନ୍ତା ରାମୁର ମୃତଦେହ: ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ

ଭୁବନେଶ୍ଵର: ହାତୀ-ମଣିଷ ଲଢେଇ ମଧ୍ୟରେ କେତେବେଳେ ହାତୀର ମୃତ୍ୟୁ ଘଟୁଛି ନଚେତ୍ ମନୁଷ୍ୟ ତାର ବହୁମୂଲ୍ୟ ଜୀବନ ହରାଉଛି। ଆଜି ରାଜଧାନୀରୁ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି। ଚନ୍ଦକା ଜଙ୍ଗଲରୁ ଦନ୍ତା ହାତୀ ରାମୁର ମୃତଦେହ ଉଦ୍ଧାର ହୋଇଛି।  ବିଦ୍ୟୁତ୍ ଆଘାତରେ ରାମୁର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।  ବିଦ୍ୟୁତ୍ ବିଭାଗ ଠାରୁ ଖବର ପାଇବା ପରେ ଘଟଣାସ୍ଥଳରେ ବନ ବିଭାଗ ଆସି ପହଞ୍ଚିଛି। ଏବଂ ଚୁନୁକୂଳି ବସ୍ତି ନିକଟ ଚନ୍ଦକା ଜଙ୍ଗଲରୁ ହାତୀଟିର ମୃତଦେହକୁ  ଉଦ୍ଧାର କରିଛି। ତେବେ ସୂଚନା ଅନୁସାରେ କିଛି ଦିନ ତଳେ ରାମୁ ଚନ୍ଦକା ବାଡ ଭାଙ୍ଗି ସହର ମୁହାଁ ହୋଇଥିଲା। ଭୁବନେଶ୍ଵର ମୈତ୍ରୀ ବିହାର ଅଞ୍ଚଳରେ ହାତୀଟି ବୁଲୁଥିବା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡିଥିଲେ। ପରେ ବନ ବିଭାଗ ଦନ୍ତା ରାମୁକୁ ଚନ୍ଦକା ଜଙ୍ଗଲରେ ଛାଡିଥିଲା।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories