ପାଞ୍ଚ ମାସ ପରେ କୂଅରୁ ଚୋରି ହୁଣ୍ଡି ଉଦ୍ଧାର
ପାତ୍ରପୁର : ଜରଡା ଥାନା ତୁରୁବୁଡି ପଞ୍ଚାୟତ ପୁହୁଣ୍ଡି ଗ୍ରାମର ତୁମ୍ୱେଶ୍ଵର ମହାଦେବ ମନ୍ଦିରର ହୁଣ୍ଡି ଚୋରି ହେବାର ପାଞ୍ଚ ମାସ ପରେ ଏକ କୂଅରୁ ଉଦ୍ଧାର ହୋଇଛି। ତୁମ୍ବେଶ୍ୱର ମନ୍ଦିରରୁ ଗତ ମାର୍ଚ୍ଚ ୨୧ତାରିଖ ରାତ୍ରିରେ ହୁଣ୍ଡି ଚୋରି ହୋଇଥିବାବେଳେ ଆଜି ବାଘଲଟି କେନାଲର ନୂଆଁଗଡ ଲିମିଗାଁ ମଧ୍ୟରେ ଥିବା ପରିତ୍ୟକ୍ତ କୂଅ ମଧ୍ୟରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଖବର ପାଇ ହୁଣ୍ଡିଟିକୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ । ପୂର୍ବରୁ ଗ୍ରାମବାସୀ ଖାରିଆ ଗୁଡ଼ା ପୁଲିସକୁ ଖବର ଦେଇଥିଲେ। ଚୋରି ଖବର ପାଇ ଖାରିଆ ଗୁଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ବିଭିନ୍ନ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ହୁଣ୍ଡିରେ ଦୁଇ ଲକ୍ଷ ଟଙ୍କା ରହିଥିବାବେଳେ କିଛି ଅଳଙ୍କାର ଥିବା ପୂଜକ ପଦ୍ମନାଭ ରଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
Comments are closed.