www.samajalive.in
Monday, December 8, 2025
24.1 C
Bhubaneswar

ବାଙ୍କୀ ତହସିଲ ପକ୍ଷରୁ ୧୬୦ଜଣ ସିକିମ ପ୍ରଜାଙ୍କୁ ପଟ୍ଟା ବଣ୍ଟନ 

କଳାପଥର (ବାଙ୍କୀ): ବାଙ୍କୀ ତହସିଲରେ ୧୬୦ଜଣ ହିତାଧିକାରୀଙ୍କୁ ସିକିମ ପଟ୍ଟା ବଣ୍ଟନ କରାଯାଇଛି। ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଏହି ପଟ୍ଟା ବଣ୍ଟନ କରି ଚାଷ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଅଧିକ ଫସଲ ଉତ୍ପାଦନ କରିପାରିବେ ବୋଲି କହିଥିଲେ। ବାଙ୍କୀ ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତି, ବାଙ୍କୀ ତହସିଲ୍‌ଦାର୍ ଅଶେଷ କୁମାର ନାୟକ, ଅତିରିକ୍ତ ତହସିଲଦାର ପୁନମ୍ ପ୍ରିୟଦର୍ଶିନୀ ଉପସ୍ଥିତ ରହି ପଟ୍ଟା ବଣ୍ଟନରେ ସହଯୋଗ କରିଥିଲେ। ସିକିମ୍ ସତ୍ତ୍ୱ ଉଚ୍ଛେଦ ହେବା ପରେ ସିକିମ୍ ସତ୍ତ୍ୱ ଖାତାରେ ଥିବା ଚାଷୀମାନଙ୍କୁ ରୟତ ପଟ୍ଟା ବଣ୍ଟନ କରାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ସିକିମ୍ ପ୍ରଜାମାନେ ୧ଡିସିମିଲ୍ ଜମିପାଇଁ ୧୪୨ଟଙ୍କା ଜମିଦାରମାନଙ୍କୁ କ୍ଷତିପୂରଣ ପୈଠ କରିଥିବା ତହସିଲ୍ ପକ୍ଷରୁ କୁହାଯାଇଛି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories