www.samajalive.in
Saturday, December 6, 2025
19.1 C
Bhubaneswar

ସ୍ଥଗିତ ରହିଲା ନୀଳଗିରି ଏନ୍‍ଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୀଳଗିରି: ନୀଳଗିରି ଏନ୍‍ଏସି ଅଧ୍ୟକ୍ଷା ଅମ୍ବିକା ଦାସ ଦାୟିତ୍ୱ ନେବାର ୨ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ସେ ନିଜ ଦାୟିତ୍ୱରେ ଅବହେଳା କରିବା ସହ ୱାର୍ଡ଼ ପ୍ରତି ପକ୍ଷପାତିତା କରୁଥିବା ନେଇ ୧୧ଜଣ କାଉନସିଲର ଅଭିଯୋଗ କରିଥିଲେ । ଏପରିକି ଅଧ୍ୟକ୍ଷାଙ୍କ ବିରୋଧରେ ବାଲେଶ୍ୱର ଜିଲାପାଳଙ୍କଠାରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଦେଇଥିଲେ । ଆସନ୍ତା ୧୪ତାରିଖରେ ନୀଳଗିରି ଏନ୍‍ଏସି ସଭାଗୃହରେ ଭୋଟିଂ କରାଯିବା ନେଇ ସ୍ଥାନୀୟ ଉପଜିଲାପାଳ ମନ୍ଦରଧର ମହାଳିକ ସମସ୍ତ କାଉନସିଲର ଏବଂ ଅଧ୍ୟକ୍ଷାଙ୍କୁ ନୋଟିସ ଜାରି କରିଥିଲେ । ଏହି ଅନାସ୍ଥାକୁ କେନ୍ଦ୍ରକରି ନୀଳଗିରି ରାଜନୀତି ହଟଚମଟ ହୋଇ ଉଠିଥିବା ବେଳେ ଅଧ୍ୟକ୍ଷା ଶ୍ରୀମତୀ ଦାସ ଏହା ଭିତରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆଜି ଡବ୍ଲ୍ୟୁପିସି ନଂ ୧୯୬୬୯/୨୪ ଉପରେ ମାନ୍ୟବର ହାଇକୋର୍ଟ ଉକ୍ତ ପ୍ରସଙ୍ଗକୁ ବିଚାର କରି ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ଭୋଟିଂ ନକରିବାକୁ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ପର୍କରେ ହାଇକୋର୍ଟରୁ ନଗର ଉନ୍ନୟନ ବିଭାଗ ଆୟୁକ୍ତ, ବାଲେଶ୍ୱର ଜିଲାପାଳ ଏବଂ ନୀଳଗିରି ଉପଜିଲାପାଳଙ୍କୁ ନିର୍ଦ୍ଦେଶ ପତ୍ର ଆସିବା ପରେ ପ୍ରଶାସନ ତରଫରୁ ଭୋଟିଂକୁ ବନ୍ଦ ରଖାଯାଇଛି । ପରବର୍ତ୍ତି ଶୁଣାଣି ପରେ ଯାହା ପଦକ୍ଷେପ ନିଆଯିବ ବୋଲି ସ୍ଥାନୀୟ ଉପଜିଲାପାଳ ମନ୍ଦରଧର ମହାଳିକ କହିଛନ୍ତି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories