www.samajalive.in
Thursday, December 11, 2025
15.1 C
Bhubaneswar

ମିଳନୀରେ ଶ୍ରାବଣୀ ସାହିତ୍ୟ ଆସର

କେନ୍ଦୁଝରଗଡ: ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ମିଳନୀ ଭବନରେ ରବିବାର ଅପରାହ୍ନରେ ଶ୍ରାବଣୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ କବି ଡ. ଚିତ୍ତ ରଞ୍ଜନ ମିଶ୍ର ପ୍ରାରମ୍ଭିକ ସୂଚନା ଦେଇ ଉତ୍କଳୀୟ ଜନଜୀବନରେ ବର୍ଷାର ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡ. ଶୁଭସ୍ମିତା ଦାଶ ଅତିଥି ବକ୍ତା ଭାବେ ଯୋଗଦେଇ ବର୍ଷା ଭାବନାରେ ଉତ୍କଳୀୟ ପଲ୍ଲୀ ଜୀବନ ସମ୍ପର୍କରେ ଆଲୋକପାତ କରି ଗ୍ରାମୀଣ ଜନଜୀବନକୁ ଏହା ରସସିକ୍ତ କରିଛି ବୋଲି ମତ ପ୍ରକାଶ କରିଥିଲେ।

କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣରେ ବର୍ଷାକୁ ସାହିତ୍ୟର ପ୍ରାଣ ବିନ୍ଦୁ ଭାବେ ଅଭିହିତ କରିଥିଲେ। କବି ବିରଞ୍ଚି ନାରାୟଣ ସାମନ୍ତରାୟଙ୍କ ସଂଯୋଜନାରେ କବି ଚିନ୍ତାମଣି ମହାଳିକ, ବସନ୍ତ କୁମାର ବାରିକ, ସରୋଜିନୀ ମିଶ୍ର, ରିତାଞ୍ଜଳି ସାହୁ, ବୀଣାପାଣି ଜେନା, ଡାକ୍ତର ଭାରତୀମଣି ବେହେରା,ଶୋଭନା ଜେନା, ଉମାକାନ୍ତ ବେହେରା, ସୁଜିତ କୁମାର ମିଶ୍ର, ପ୍ରାଧ୍ୟାପକ ଜଗନ୍ନାଥ ଜେନା, ମାୟାଧର ନାୟକ, ଆର୍ଯ୍ୟବାଳା ମହାପାତ୍ର, ଡ. ସୁମନ୍ତ୍ର ନାଏକ, ଜିତେନ୍ଦ୍ର ପରିଡ଼ା, ଦେବଦତ୍ତ ଦେହୁରୀ, ଦେବଦର୍ଶନ ଦାଶ, ଶରତ କୁମାର ମହାନ୍ତ, ଶାନ୍ତନୁ କୁମାର ମହାପାତ୍ର, ମନୋରଞ୍ଜନ ମହାନ୍ତି, ପ୍ରତାପ କର୍ମକାର, ପ୍ରଭାସ ରଞ୍ଜନ ମିଶ୍ର ପ୍ରମୁଖ ବହୁ କବି ବର୍ଷା ରସସିକ୍ତ କବିତା ପାଠ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories