www.samajalive.in
Saturday, December 13, 2025
21.1 C
Bhubaneswar

ଅଧା ଦାମରେ ମିଳୁଛି ଏହି ସ୍ମାର୍ଟଫୋନ, ଜାଣନ୍ତୁ କେଉଁଠୁ କିଣିବେ ?

ସମାଜ ଡିଜିଟାଲ ଡେସ୍କ: ନୂଆ ନୂଆ ସ୍ମାର୍ଟଫୋନ ଉପରେ ସବୁବେଳେ ନଜର ରହିଥାଏ ଯୁବପିଢ଼ିଙ୍କର। କିଛି ନୂଆ ଫୋନ ବଜାରକୁ ଆସିଲେ ଯୁବପିଢ଼ିଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦିଏ ତାହାକୁ କିଣିବାକୁ। ଅନେକେ ଦାମୀ ସ୍ମାର୍ଟଫୋନ କିଣିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରନ୍ତି, କିନ୍ତୁ ବଜେଟ୍‌ ଅଭାବରୁ ତାହା ସମ୍ଭବ ହୋଇପାରି ନ ଥାଏ।

ବର୍ତ୍ତମାନ ସମୟରେ ଓପୋ କମ୍ପାନୀ ଏଭଳି ଗ୍ରାହକଙ୍କ ପାଇଁ ଆଣିଛି ନୂଆ ଅଫର। କମ୍ପାନୀ ଏହାର ଲୋକପ୍ରିୟ ମଡେଲ ‘Opps Find N3 Flip’ରେ ବଡ଼ ରିହାତି ଦେଉଛି। ଏହି ଦାମୀ ଫୋଲଡେବଲ ସ୍ମାର୍ଟଫୋନକୁ ଗ୍ରାହକ ଅଧା ଦାମରେ କିଣିପାରିବେ।

- Advertisement -

ଗତବର୍ଷ ଅକ୍ଟୋବର ମାସରେ ‘Opps Find N3 Flip’ ସ୍ମାର୍ଟଫୋନ ବଜାରକୁ ଆସିଥିଲା। ୧୨ ଜିବି ରାମ୍‌ ଏବଂ ୨୫୬ ଜିବି ଭାରିଆଣ୍ଟର ଫୋନ ମୂଲ୍ୟ ୯୪,୯୯୯/- ଟଙ୍କା ରହିଥିଲା। ଏବେ ଏହି ଫୋନର ମୂଲ୍ୟ ୫୦,୦୦୦/-ରୁ ବି କମ୍‌ ରହିଛି। ଅନଲାଇନ ଶପିଂ ଆପ୍‌ ଫ୍ଲିପକାର୍ଟରେ ୪୯,୯୯୯/- ଟଙ୍କାରେ ଏହି ଫୋନ ମିଳୁଛି। ବ୍ୟାଙ୍କ ଅଫର ସହିତ ଏହାକୁ ଆହୁରି କମ୍‌ ମୂଲ୍ୟରେ ବି କିଣିପାରିବେ ଗ୍ରାହକ।

ଏହି ଫୋନ୍‌ର ଡିସପ୍ଲେ ୬.୮ ଇଞ୍ଚ ଫୁଲ୍‌ ଏଚଡି ରହିଛି। ରିଫ୍ରେଶ ରେଟ୍ ୧୨୦ ହର୍ଜ ଥିବାବେଳେ ୪୩୦୦ ଏମଏଏଚ ବ୍ୟାଟେରୀ ରହିଛି। ମୁଖ୍ୟ କ୍ୟାମେରା ୫୦ ମେଗା ପିକ୍ସେଲ ବିଶିଷ୍ଟ ଥିବାବେଳେ ୩୨ ଏମପିର ଟେଲିଫଟୋ କ୍ୟାମେରା ଏବଂ ୪୮ ଏମପିର ଅଲଟ୍ରା ଓ୍ବାଇଡ ଆଙ୍ଗଲ କ୍ୟାମେରା ମଧ୍ୟ ରହିଛି। ସେଲ୍‌ଫି ପାଇଁ ୩୨ ଏମପିର ଫ୍ରଣ୍ଟ କ୍ୟାମେରା ଉପଲବ୍ଧ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories