କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ଆନ୍ତଃଜିଲା ସିନିୟର ମହିଳା କ୍ରିକେଟ ପ୍ରିଲିମିନାରୀ ରାଉଣ୍ଡର ଶନିବାର ୪ଟି ମ୍ୟାଚ ଖେଳାଯାଇଥିଲା। ଟି୨୦ ଫର୍ମାଟରେ ଖେଳାଯାଇଥିବା ମ୍ୟାଚରେ ଭୁବନେଶ୍ବର, କିଟ୍, ବଲାଙ୍ଗୀର ଓ ଯାଜପୁର ବିଜୟୀ ହୋଇଛନ୍ତି। ରେଭେନ୍ସା ଗ୍ରାଉଣ୍ଡ-୨ରେ ଭୁବନେଶ୍ବର ୬ ୱିକେଟରେ ରାଉରକେଲାକୁ ପରାସ୍ତ କରିଛି। ରଞ୍ଜିତା ରଣସିଂହ ୨୨, ଜି.ଏମ୍ ଅଳକାନନ୍ଦା ୨୧ରନ କରିଥିବା ବେଳେ ପ୍ରିୟଙ୍କା ପି ସାହୁ ୩ଟି, ତରନ୍ୟା ପ୍ରଧାନ, ଜ୍ୟୋତି କେ ପ୍ରସାଦ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ। ବିଡାନାସୀ ଗ୍ରାଉଣ୍ଡରେ କିଟ୍ ୫୮ରନରେ କଟକକୁ ପରାସ୍ତ କରିଛି। ରାଣୀ ଟୁଡୁ ୬୦, କୁନି ବାଦରା ୨୭, ତନ୍ମୟୀ ବେହେରା ୨୬ରନ କରିଥିବାବେଳେ କୁନି ବାଦରା ୩ଟି, ବର୍ଷା ଆର ସିଂହ ୨ଟି ୱିକେଟ ନେଇଥିଲେ। ରେଭେନ୍ସା ଗ୍ରାଉଣ୍ଡ-୨ରେ ବଲାଙ୍ଗୀର ୧୦ ୱିକେଟରେ ଅବଶିଷ୍ଟ ଓଡ଼ିଶା -ବି କୁ ପରାସ୍ତ କରିଛି। ବିଜୟଲକ୍ଷ୍ମୀ ବେହେରା ୩୨, ଅନନ୍ୟା ମିଶ୍ର ୩୦ରନ କରିଥିବାବେଳେ ସାରଦା ମହାନନ୍ଦ ଓ ସ୍ନେହା ବାଗ୍ଚୀ ୨ଟି ଲେଖାଏଁ ୱିକେଟ ନେଇଥିଲେ। ବିଡାନାସୀ ଗ୍ରାଉଣ୍ଡରେ ଯାଜପୁର ୯ ୱିକେଟରେ ଅବଶିଷ୍ଟ ଓଡ଼ିଶା -ଏ କୁ ପରାସ୍ତ କରିଛି। କାଜଲ ଜେନା ୪୮, ଅର୍ଚ୍ଚନା ପରିଡ଼ା ୨୦, ଅଲିପ୍ସା ବିଶ୍ବାଳ ୧୫ରନ କରିଥିବା ବେଳେ ଗାୟତ୍ରୀ ଖୁଣ୍ଟିଆ ୩ଟି, ସୁଚିସ୍ମିତା ପଣ୍ଡା ୨ଟି ୱିକେଟ ନେଇଥିଲେ।
Popular Categories



