www.samajalive.in
Wednesday, December 10, 2025
16.1 C
Bhubaneswar

ଚାରି ଦିନିଆ ବହୁଭାଷୀ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୁବନେଶ୍ବର: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀ ଏବଂ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଚାରି ଦିବସୀୟ ବହୁଭାଷୀ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଭୁବନେଶ୍ବରସ୍ଥିତ ଠକ୍କର ବାପା ଛାତ୍ରାବାସଠାରେ ପାଠ୍ୟ ପୁସ୍ତକ, ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ଜନଜାତି ଭାଷାର ସଂଯୋଜନ ଭିତ୍ତିକ ବହୁଭାଷୀ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଜନଜାତି ନିର୍ଦ୍ଦେଶକ ତଥା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡ଼େମୀର ସଦସ୍ୟ ସଚିବ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟରେ ଜନଜାତି ଛାତ୍ରଛାତ୍ରୀମାନେ ସାମ୍ନା କରୁଥିବା ଭାଷା ସମ୍ବନ୍ଧୀୟ ସମସ୍ୟା ଉପରେ ଗୁରୁତ୍ବାରୋପ କରିବା ସହ ପ୍ରଶିକ୍ଷାର୍ଥୀମାନେ ଏହି ଶିବିରରୁ ଆହରଣ କରିଥିବା ଜ୍ଞାନ ଛାତ୍ରଛାତ୍ରୀଙ୍କ ବିକାଶ କ୍ଷେତ୍ରରେ ବିଶେଷ ଉପଯୋଗୀ ହୋଇ ପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଏଥିସହିତ ପିଲାମାନଙ୍କୁ ନିଜ ସନ୍ତାନ ସମାନ ବିଚାର କରି ସେମାନଙ୍କ ପ୍ରତି ଅଧିକ ଯତ୍ନଶୀଳ ଓ ଦାୟିତ୍ବବାନ ହେବାକୁ ଶିକ୍ଷକମାନଙ୍କୁ ସେ ଆହ୍ବାନ କରିଥିଲେ।

- Advertisement -

ଏହି ଶିବିରଟି ଖୋର୍ଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଥିଲା । ଏଥିରେ ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସେବାଶ୍ରମ ଓ ଆଶ୍ରମ ବିଦ୍ୟାଳୟର ମୋଟ୍ ୫୦ ଜଣ ବହୁଭାଷୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗ ଦେଇଥିଲେ । ଖୋର୍ଦ୍ଧା ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ ଗୀତାଂଶୁ ମୋହନ ଦାଶ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ଶ୍ରେଣୀଗୃହରେ ଭାଷାକୁ ନେଇ ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ନୂତନ ଶିକ୍ଷଣ ପଦ୍ଧତି ମାଧ୍ୟମରେ କିପରି ପାଠପଢ଼ାକୁ ସରଳ ଓ ସାବଲୀଳ କରାଯାଇପାରିବ, ସେ ନେଇ ପରାମର୍ଶ ଦେଇଛନ୍ତି ।

ଆସନ୍ତା ସପ୍ତାହରେ ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଜିଲ୍ଲାରେ ନିଯୁକ୍ତ ଭାଷା ଶିକ୍ଷକ ମାନଙ୍କ ପ୍ରଶିକ୍ଷଣ ଅନୁଷ୍ଠିତ ହେବ ବୋଲି ସହ ନିର୍ଦ୍ଦେଶକ ଶ୍ରୀ ସମରେନ୍ଦ୍ର ଭୂତିଆ ସୂଚନା ଦେଇଛନ୍ତି । ଉଦଯାପନୀ ସଭା ଅବସରରେ ପ୍ରଶିକ୍ଷଣ ନେଉଥିବା ଶିକ୍ଷକଙ୍କ ହସ୍ତ ଲିଖିତ ତିନୋଟି ପତ୍ରିକା ଯଥା “କଥା ବାର୍ତ୍ତା” ଓ ପ୍ରଶିକ୍ଷାର୍ଥୀଙ୍କ ଦ୍ୱାରା ପ୍ରସ୍ତୁତି ଏମ୍.ଏଲ୍.ଇ ଏବଂ ଏଫ୍.ଏଲ୍.ଏନ୍ ପାଇଁ ଉପଯୋଗୀ ଶିକ୍ଷଣୀୟ ଉପକରଣ ଭାଗ – ୧ ଓ ଭାଗ – ୨ ଉନ୍ମୋଚିତ କରାଯାଇଥିଲା। ଏଥିସହିତ ସମସ୍ତ ଶିକ୍ଷକମାନଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିତ୍ ଡ଼ ପରମାନନ୍ଦ ପଟେଲ୍ ଓ ପରାମର୍ଶଦାତା ଡ଼ ଚିତ୍ରସେନ ପ୍ରଶାୟତ ଶିବିରର ବିଷୟବସ୍ତୁ, ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ । ଏହି ଚାରି ଦିବସୀୟ ପ୍ରଶିକ୍ଷଣ ଶିବିରରେ କୋରାପୁଟ ଜ଼ିଲ୍ଲା ସୁନାବେଡା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, କେନ୍ଦୁଝର ରାଙ୍କି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ସୁଧାକର କୁଅଁର, ଗଜପତି ଜିଲ୍ଲା ଲକ୍ଷ୍ମୀପୁରସ୍ଥିତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀ ଫିରୋଜ ଖାଁ ଛିଞ୍ଚାନି ତାଲିମ୍ ପ୍ରଦାନ କରିଥିଲେ।
ଶେଷରେ ଗବେଷଣା ସହାୟିକା ଡ଼ ସଞ୍ଜୁକ୍ତା ମହାରଣା ଉପସ୍ଥିତ ଅତିଥି, ପ୍ରଶିକ୍ଷାର୍ଥୀ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories