www.samajalive.in
Friday, December 12, 2025
27.1 C
Bhubaneswar

ଜାମ୍ମୁ-କାଶ୍ମିର ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ମୃତ

ଜାମ୍ମୁ: ଜାମ୍ମୁ-କାଶ୍ମିର ଅନନ୍ତନାଗରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ଯବାନ ସହିଦ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଆହତ ଯବାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ଜଣ ନାଗରିକ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

କୋକରାନାଗର ଗାଗରମାଣ୍ଡୁ ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି। ସେହି ଅଞ୍ଚଳକୁ ଘେରାବନ୍ଦୀ କରି ଘଞ୍ଚ ଜଙ୍ଗଲରେ ସେନା-ସିଆରପିଏଫ ଏବଂ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। ଗାଗରମାଣ୍ଡୁ ଜଙ୍ଗଲରେ ଜୈସ ଏ ମହମ୍ମଦ ସଙ୍ଗଠନର ଆତଙ୍କବାଦୀ ଲୁଚିଥିବା ନେଇ ଗୁଇନ୍ଦା ଖବର ମିଳିବା ପରେ ଭାରତୀୟ ସେନା, ଜମ୍ମୁକାଶ୍ମୀର ପୁଲିସ ଓ ସିଆରପିଏଫର ମିଳିତ ଟିମ ଜଙ୍ଗଲରେ ପ୍ରବେଶ କରିଥିଲେ । ଜଙ୍ଗଲରେ ସେନାକୁ ଦେଖିବା ମାତ୍ରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ। ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।

- Advertisement -

ତେବେ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୨ଜଣ ଯବାନ ସହିଦ ହୋଇଥିଲେ ଏବଂ ୩ଜଣ ଆହତ ହୋଇଥିଲେ। ଏହାସହିତ ଆତଙ୍କୀଙ୍କ ଗୁଳିରେ ୨ ନାଗରିକ ମଧ୍ୟ ଆହତ ହୋଇଥିଲେ। ଏବେ ବି ଗାଗରମାଣ୍ଡୁ ଜଙ୍ଗଲରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories