କେନ୍ଦୁଝର: ଠକେଇ ଅଭିଯୋଗ, ଶିକ୍ଷୟିତ୍ରୀ ଗିରଫ। ଆନନ୍ଦପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚାକିରି ଦେବା ନାଁରେ ଜଣେ ଶିକ୍ଷୟିତ୍ରୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ଶିକ୍ଷୟିତ୍ରୀ ଜଣକ ଜଣେ ଯୁବତୀଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିବା ସୂଚନା ମିଳିଛି। ଘଟଣାରେ ଶିକ୍ଷୟିତ୍ରୀ ଅନୁସୟା ବାରିକଙ୍କୁ ଘଷିପୁରା ପୁଲିସ୍ ଗିରଫ କରିଥିବାବେଳେ ତାଙ୍କ ସ୍ଵାମୀ ଫେରାର ରହିଛନ୍ତି। ଅନୁସୟା ଆନନ୍ଦପୁରର ଏକ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଥିବା ଜଣାପଡିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।
Popular Categories



