ଶୁକ୍ରବାର ରାଶିଫଳ: ଖୁସି ଖବର ମିଳିବା ସହ ବାଣିଜ୍ୟରେ ଲାଭ, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ଆୟର ସ୍ବଳ୍ପତା ଦୃଷ୍ଟିରୁ ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି। ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କାଳରେ ସେବାକୁ ଗୁରୁତ୍ବ ଦେବେ।

ବୃଷ- କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବ ଅନୁଭବ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ତେଜସ୍ବୀ ଓ ଧାର୍ମିକ ହେବେ।

ମିଥୁନ- ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ସ୍ବଭାବର ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଜ୍ୟେଷ୍ଠ ନ ହୋଇ ବି ଶ୍ରେଷ୍ଠ ହେ​‌ବେ।

କର୍କଟ- ଈଶ୍ବର ବିଶ୍ବାସୀ ହେବେ। ମନ ପ୍ରସନ୍ନ ରହିବ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଆଦର ସମ୍ମାନ ମିଳିବ। ସର୍ବତ୍ର ବିଜୟୀ ହେବେ।

ସିଂହ- ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆବନ୍ଧୁ ମିଳିବେ।

କନ୍ୟା- ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସଂଗ୍ରାମୀ ମନୋବୃତ୍ତିର ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଆୟ ଆଶାନୁରୂପ ହେବ। ସୁସ୍ଥ ରହିବେ। ଲୋକପ୍ରିୟ ହେବେ।

ତୁଳା- ଥଣ୍ଡାକଫଜନିତ ସାମାନ୍ୟ କ୍ଲେଶ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସାଧନା ଫଳବତୀ ହେବ। ମଧୁର କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଉଚ୍ଚାସନ ମିଳିପାରେ।

ବିଛା- ଆୟୁଷ୍ମାନ୍‌ ହେବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ବିଭାଗୀୟ ସ୍ତରରେ ସମ୍ମାନିତ ହେବା ସହିତ ସୁପାରିସ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ଧନୁ- ମନ ପ୍ରସନ୍ନ ରହିବ। କୁଳ ପ୍ରଦୀପ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭପ୍ରଦ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।

ମକର- ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସରେ କିଛି ସମୟ କଟାଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କୁମ୍ଭ- ପ୍ରତିଶୋଧ ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ପିତୃ ସ୍ମରଣରେ ରିଷ୍ଟ ଖଣ୍ଡନ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସାରାଦିନ ସତର୍କରେ ଚଳିବେ।

ମୀନ- ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। କର୍ତ୍ତବ୍ୟନିଷ୍ଠା ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବ୍ୟବସାୟ ଲାଭପ୍ରଦ ହେବ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଜନସେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ।

Comments are closed.