www.samajalive.in
Monday, December 8, 2025
13.1 C
Bhubaneswar

ଜାପାନୀ ପ୍ରତିନିଧି ଦଳଙ୍କ ସହ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆଲୋଚନା

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସହ ସାକ୍ଷାତ କଲେ ଜାପାନୀ ପ୍ରତିନିଧି ଦଳ । ଓଡ଼ିଶାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଧନ୍ଦାମୂଳକ ତାଲିମ୍‌ ଶିକ୍ଷାନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟ ଗଠନ ନେଇ ଆଲୋଚନା କରିଛନ୍ତି ଜାପାନର ସୁକୁବା ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ରୁୟିଚି ଆଓକି । ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷା ଓ ତାଲିମ୍‌ ପ୍ରଦାନ କରି ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ସୁଯୋଗ ସୃଷ୍ଟି କରିବା ହେଉଛି ମୁଖ୍ୟ ଉଦ୍ଦେଶ୍ୟ ବୋଲି ରୁୟିଚି ଆଓକି ମତ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଜାପାନର ସୁକୁବା ବିଶ୍ୱବିଦ୍ୟାଳୟ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛି । ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ପ୍ରାୟ ୪୦ ପ୍ରତିଶତ ଛାତ୍ରଛାତ୍ରୀ ସୂଚନା ଓ ପ୍ରଯୁକ୍ତିବିଦ୍ୟା, ବୈଷୟିକ ଶିକ୍ଷା, ମେଡ଼ିକାଲ ଭଳି ଅନେକ କ୍ଷେତ୍ରରେ ଚାକିରି କରୁଛନ୍ତି । ଜାପାନରେ ପ୍ରାୟ ୬୭ ଟି ଦୃଷ୍ଟିବାଧିତ ବିଦ୍ୟାଳୟ ରହିଛି, ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ ମଧ୍ୟ କରାଯାଉଛି ।

- Advertisement -

୫ ଜଣିଆ ପ୍ରତିନିଧି ଦଳ ମଧ୍ୟରେ ନିହୋଣ ଉତ୍କଳ ଏଣ୍ଟରପ୍ରାଇଜେସ୍‌ ସର୍ଭିସେସ୍‌ର ଦେବେନ୍ଦ୍ର ମୋହାନ୍ତ, ନିଟକଲର ବରିଷ୍ଠ ପରାମର୍ଶଦାତା କେଇ ୟାମାଗୁଚି, ଆକ୍ୟìପଂଚର ଓ ମୋକ୍ସିବୁସନ୍‌ ବିଭାଗର ମୁଖ୍ୟ ତୋମୋହିରୋ ମାଏଦା ଓ ନାଓସି ତେରାସାକି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପ୍ରମୁଖ ଶାସନ ସଚିବ, ଅତିରିକ୍ତ ଶାସନ ସଚିବ ସନ୍ତୋଷ କୁମାର ପ୍ରଧାନଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିବାବେଳେ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories