www.samajalive.in
Thursday, December 11, 2025
15.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ସାମାନ୍ୟ ଆଶ୍ବସ୍ତି.. ଭୁବନେଶ୍ୱରରେ ପହଞ୍ଚିଲା ପଶ୍ଚିମବଙ୍ଗର ୫ଟି ଆଳୁ ବୋଝେଇ ଟ୍ରକ..

ପ୍ୟାରିସ୍‌ ଅଲିମ୍ପିକ୍ସରେ କୁସ୍ତିଯୁଦ୍ଧରୁ ଆସିଲା ଖୁସି ଖବର.. ପୁରୁଷ କୁସ୍ତି ୫୭ କେଜି ବର୍ଗ ସେମିରେ ପହଞ୍ଚିଲେ ଭାରତର ଅମନ ଶେରାୱତ.. ସେ କ୍ୱାର୍ଟର ଫାଇନାଲରେ ଆଲବାନିଆର ଜେଲିମଖାନ ଆବାକାରୋଭଙ୍କୁ ଏକତରଫା ଭାବେ ୧୨-୦ରେ ପରାସ୍ତ କରିଛନ୍ତି.. ଏହି ବିଜୟ ସହ ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଅମନ..

- Advertisement -

ସୋର ସାଜନପୁର ପଞ୍ଚାୟତ ଉଦୟନାରାୟଣ ବିଦ୍ୟାପୀଠରେ ଅଘଟଣ.. ମଧ୍ୟାହ୍ନ ଭୋଜନରୁ ୨ଟି ଝିଟିପିଟି ବାହାରିଥିବା ଅଭିଯୋଗ.. ମଧ୍ୟାହ୍ନ ଭୋଜନ ଖାଇବା ପରେ ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ.. ଅସୁସ୍ଥ ଛାତ୍ରଛାତ୍ରୀ ସୋର ମେଡିକାଲରେ ଭର୍ତ୍ତି, ସ୍କୁଲ ଆଗରେ ହୋହଲ୍ଲା..

ରାଜ୍ୟରେ ଭୀଷଣ ବର୍ଷା ନେଇ ୯ ଜିଲ୍ଲାକୁ ସତର୍କତା ଜାରି.. ନବରଙ୍ଗପୁରରେ ସର୍ବାଧିକ ୧୩୪ ମିମି ବର୍ଷା ରେକର୍ଡ..

ରାଜ୍ୟରେ ଜୁନ୍‌‌ ୧ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ୬୧୪.୮ ପ୍ରତିଶତ ବର୍ଷା ରେକର୍ଡ଼ କରାଯାଇଥିଲେ ମଧ୍ୟ ସ୍ୱାଭାବିକ୍‌‌ ବର୍ଷା ତୁଳନାରେ ୬ ପ୍ରତିଶତ କମ୍‌‌ ବର୍ଷା ହୋଇଥିବା ସୂଚନା..

ଏଣିକି ଏଟିଏମରୁ ମିଳିବ ଚାଉଳ.. ରାଜଧାନୀ ଭୁବନେଶ୍ଵରରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ..

ରାଜ୍ୟରେ ପୁଣି ବେଲଗାମ ହେଲା ଆଳୁ ଦର.. ଆଜି ଛତ୍ରବଜାରରେ ଆଳୁ କେଜି ୬୦ ଟଙ୍କା.. ଆଳୁ ଗାଡି ଆସୁନଥିବାରୁ ଦର ବଢିଥିବା କହିଲେ ବ୍ୟବସାୟୀ.. ଏପଟେ ଦିନେ କି ଦୁଇ ଦିନ ମଧ୍ୟରେ ହେବ ସମସ୍ୟାର ସମାଧାନ .. ଆତଙ୍କିତ ନ ହେବାକୁ ଖାଉଟିଙ୍କୁ ପରାମର୍ଶ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର..

କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ବନ୍ୟାଜଳ.. ଦୁଇ ଦିନର ଲଗାଣ ବର୍ଷା ଯୋଗୁ ମନ୍ଦିର ବେଢାରେ ପ୍ରବେଶ କରିଛି ବନ୍ୟାଜଳ..

ଆସୁଛି ଆଉ ଏକ ଲଘୁଚାପ: ଆସନ୍ତା ୧୨ ଘଣ୍ଟା ଭିତରେ ନେବ ଲଘୁଚାପର ରୂପ .. ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି, ୧୦ ଯାଏଁ ପ୍ରବଳ ବର୍ଷିବ..

ଆଠଗଡ ବିଡିଓ ପ୍ରଦୀପ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ..

ଭୁବନେଶ୍ଵରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ.. ୫ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମୋହନ ଭାଗବତ..

ଭୂକମ୍ପରେ ଥରିଲା ଜାପାନ.. ସୁନାମୀ ପାଇଁ ସତର୍କ ସୂଚନା..

ଦ୍ଵିତୀୟ ଥର ସ୍ଵାଧୀନତା ପାଇଲା ବାଂଲାଦେଶ, ଏହାକୁ ସୁରକ୍ଷା ଦେବୁ.. ଢାକାରେ ପହଞ୍ଚିବା ପରେ ଏଭଳି ପ୍ରତିକ୍ରିୟା ଦେଲେ ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ..

ମହାପ୍ରଭୁଙ୍କ ଖଣିରୁ ୪୦ କୋଟି ଲୁଟ୍ ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା.. କହିଲେ ମାଇନିଂ ଖଜଣା ଦେଉନଥିବା ବ୍ୟକ୍ତିଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ..

ରେପୋରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ.. ଲଗାତର ୯ମ ଥର ପାଇଁ ୬.୫%ରେ ଅପରିବର୍ତ୍ତିତ ରହିଲା ରେପୋରେଟ.. ମୁଦ୍ରା ନୀତି କମିଟି ବୈଠକରେ ହୋଇଛି ନିଷ୍ପତ୍ତି..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories