www.samajalive.in
Monday, December 8, 2025
27.1 C
Bhubaneswar

ୱେଲିଂଟନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କହିଲେ ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନ ଓ ରାଷ୍ଟ୍ର ଗଠନର ମାଧ୍ୟମ

ଡେସ୍କ: ୱେଲିଂଟନର ସରକାରୀ କାର୍ଯ୍ୟାଳୟରେ ଗଭର୍ଣ୍ଣର ଜେନେରାଲ ଡେମ ସିଣ୍ଡି କିରୋଙ୍କ ଦ୍ୱାରା ଆୟୋଜିତ ଭୋଜିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଛନ୍ତି। ଏହି ଭୋଜିରେ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍, ନ୍ୟୁଜିଲାଣ୍ଡ ସରକାରଙ୍କ ବରିଷ୍ଠ ମନ୍ତ୍ରୀ, ରାଷ୍ଟ୍ରପତିଙ୍କ କନ୍ୟା ଇତିଶ୍ରୀ ମୁର୍ମୁ, ଭାରତ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ତଥା ଲୋକସଭା ସାଂସଦ ଯୁଗଳ କିଶୋର ଶର୍ମା, ସୌମିତ୍ର ଖାନ୍, ଭାରତୀୟ ପ୍ରତିନିଧିମଣ୍ଡଳର ବରିଷ୍ଠ ସଦସ୍ୟ ଏବଂ ନ୍ୟୁଜିଲାଣ୍ଡରେ ଥିବା ପ୍ରବାସୀ ଭାରତୀୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଦୁଇ ଦିନିଆ ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ରାଷ୍ଟ୍ରପତି ମୁର୍ମୁ ଆଜି ସକାଳେ ରାଜଧାନୀ ୱେଲିଂଟନରେ ପହଞ୍ଚିବା ପରେ ତାଙ୍କୁ ଆନୁଷ୍ଠାନିକ ସ୍ୱାଗତ ଏବଂ ରୟାଲ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା। ସେଠାରେ ଆୟୋଜିତ ନ୍ୟୁଜିଲାଣ୍ଡ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ, ଶିକ୍ଷା ହେଉଛି ସାମାଜିକ ପରିବର୍ତ୍ତନ ଓ ରାଷ୍ଟ୍ର ଗଠନର ମାଧ୍ୟମ। ସେ କହିଥିଲେ ଯେ ଭାରତ ସରକାର ଦେଶରେ ଶିକ୍ଷାର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories