www.samajalive.in
Saturday, December 13, 2025
26.1 C
Bhubaneswar

ହସଖୁସିରେ ଚାଲି ଚାଲି ଯାଉଥିଲା ଝିଅ, ୫ ମହଲା କୋଠାରୁ ଖସି ଉପରେ ପଡ଼ିଲା କୁକୁର, ତା’ ପରେ…

ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ କାହା ପାଇଁ କେମିତି ଆଉ କେତେବେଳେ ଆସିବ ତାହା ପୂର୍ବାନୁମାନ କରିହୁଏ ନାହିଁ। ଏଭଳି ଅନେକ ଘଟଣା ଆମ ଆଖପାଖରେ ଦେଖିବାକୁ ମିଳିଥାଏ ଅଥବା ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଥାଏ। ଏମିତି ଏକ ଘଟଣା ଘଟିଛି ଏକ ୪ ବର୍ଷର ଶିଶୁ କ୍ଷେତ୍ରରେ। କ୍ଷଣିକ ମଧ୍ୟରେ ଶେଷ ହୋଇଯାଇଛି ହସଖୁସିର ମୁହୂର୍ତ୍ତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଥାଣେ ସହରରେ।

- Advertisement -

ଥାଣେର ମୁମ୍ବରା ନିକଟରେ ମା’ ବାପାଙ୍କ ସହିତ ରହୁଥିଲେ ସାନା ଖାନ। ବୟସ ମାତ୍ର ୪ ବର୍ଷ। ମଙ୍ଗଳବାର ସେ ବଜାରରୁ ନିଜ ମା’ଙ୍କ ସହିତ ଚାଲି ଚାଲି ଘରକୁ ଫେରୁଥିଲେ। ଘର ନିକଟରେ ହଠାତ ଏକ ୫ ମହଲା କୋଠା ଉପରୁ ଗୋଟିଏ କୁକୁର ଖସି ସାନାଙ୍କ ଉପରେ ପଡ଼ିଥିଲା। ସାନା ତଳେ ଅଚେତ ହୋଇପଡ଼ିଯାଇଥିଲେ। ତାଙ୍କ ମା’ ହଠାତ କିଛି ବୁଝି ପାରି ନ ଥିଲେ। ରାସ୍ତାରେ ଯାତାୟତ କରୁଥିବା ଲୋ​‌କେ ବି କ’ଣ ଘଟିଲା କିଛି ଜାଣି ପାରି ନ ଥିଲେ। ସାନା ତଳେ ପଡ଼ିଥିଲେ, ପାଖରେ ପଡ଼ିଥିଲା ଏକ କୁକୁର। ମା’ ତୁରନ୍ତ ସାନାଙ୍କୁ ସେଠାରୁ ନେଇ ଡାକ୍ତରଖାନାକୁ ଯାଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଅନ୍ୟପଟେ ଘଟଣାସ୍ଥଳରେ କୁକୁର କିଛି ସମୟ ଧରି ପଡ଼ି ରହିଥିଲା। ପରେ କୁକୁରଟି ଧୀରେ ଧୀରେ ଉଠି ଚାଲିବାକୁ ଲାଗିଥିଲା। କୁକୁରଟି ଗୁରୁତର ଆହତ ହୋଇଥିବା ସତ୍ବେ ତା’ର ଜୀବନ ବର୍ତ୍ତି ଯାଇଛି। ପୂରା ଘଟଣାର ଦୃଶ୍ୟ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି, ଯାହା ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ତେବେ କୁକୁରଟି କୋଠାରୁ ଡେଇଁ ପଡ଼ିଥିଲା ନା ତା’କୁ କେହି ତଳକୁ ଫିଙ୍ଗି ଦେଇଥିଲେ ତାହାର ତଦନ୍ତ କରୁଛି ପୁଲିସ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories