www.samajalive.in
Thursday, December 11, 2025
15.1 C
Bhubaneswar

ଶିକ୍ଷାନୁଷ୍ଠାନରେ ଶୈକ୍ଷିକ ବାତାବରଣ ଜରୁରୀ: ବାଣିଜ୍ୟ ମନ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟର ୫୬ତମ ସ୍ଵନକ୍ଷେତ୍ର ସମାରୋହ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ରାଜ୍ୟ ବାଣିଜ୍ୟ ପରିବହନ ଓ଼ ଇସ୍ପାତ ଖଣି ମନ୍ତୀ ବିଭୁତି ଭୂଷଣ ଜେନା ଯୋଗଦେଇ କହିଥିଲେ, ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେବା ଆବଶ୍ୟକ। ତା’ହେଲେ ସେମାନେ ଜଣେ ଜଣେ ଭଲ ମଣିଷ ହୋଇ ସମାଜର ଉନ୍ନତି କରିପାରିବେ। ଶିକ୍ଷାନୁଷ୍ଠାନରେ ମୁଖ୍ୟତଃ ଶୈକ୍ଷିକ ବାତାବରଣ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀ ନିଜେ ମହାବିଦ୍ୟାଳୟର ଛାତ୍ର ହୋଇଥିବାରୁ ନିଜକୁ ଗର୍ବିତ ଅନୁଭବ କରିବା ସହିତ ଆଗାମୀ ଦିନରେ କଲେଜର ଯାହା ସମସ୍ୟା ରହିଛି ତାହାକୁ ନିଶ୍ଚିତ ଭାବେ ଧ୍ୟାନ ଦେବେ ବୋଲି କହିଥିଲେ।

କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ସାମ୍ନାନିତ ଅତିଥିଭାବେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଆବାହକ ଡ଼ଃ ନିରଞ୍ଜନ ଗୁରୁ  ଭାବେ ମଞ୍ଚାସୀନ ରହିଥିଲେ। ପ୍ରାରମ୍ଭରେ କଲେଜ ଛାତ୍ରୀଙ୍କ ଦ୍ଵାରା ସଂଗୀତ ଗାନ କରାଯାଇଥିଲା। ଅତିଥିମାନଙ୍କ ଦ୍ଵାରା କଲେଜ ସ୍ବରଣିକା ଉନ୍ମୋଚନ ହୋଇଥିଲା। ଅଧ୍ୟାପକ ଲଷ୍ମୀ ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କଲେଜରେ ହେବାକୁ ଥିବା ୪ଟି ପ୍ରକଳ୍ପର ଶିଳାନ୍ୟାସ ଅତିଥିମାନଙ୍କ ଦ୍ଵାରା କରାଯାଇଥିଲା। ଶେଷରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ଼ ଅଧ୍ୟାପିକା ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories