www.samajalive.in
Wednesday, December 10, 2025
14.1 C
Bhubaneswar

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପିପିଲି:ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁ, ବାଲ ଓ କିଶୋର ବର୍ଗରେ ୯୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିସହ ଗଣିତ ଓ ବିଜ୍ଞାନ ପ୍ରୟୋଗ, ସଂସ୍କୃତ ଜ୍ଞାନ, ବିଜ୍ଞାନ ପତ୍ରବାଚନ, ଗଣିତ ପତ୍ରବାଚନ, ସଂସ୍କୃତ କଥା କଥନ ଓ ଆଶୁ ଭାଷଣ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏହି ଜ୍ଞାନ ବିଜ୍ଞାନ ମେଳାକୁ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ପ୍ରଧାନ ବୈଜ୍ଞାନିକ ଡ଼ଃ ସତ୍ୟନାରାୟଣ ସେଠୀ ଉଦ୍‌‌ଘାଟନ କରିବା ଅବସରରେ ବିଜ୍ଞାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଜଳବାୟୁ ପରିବର୍ତ୍ତନ, ସବୁଜ ବିପ୍ଳବ, ନୀଳ ବିପ୍ଳବ ଉପରେ ସେ ଆଲୋକପାତ କରିବା ସହ ମୋବାଇଲ ଫୋନ୍‌‌ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଦ୍ୟାମନ୍ଦିରର ପରିଚାଳନା କମିଟି ସଭାପତି ବିକ୍ରମ କେଶରୀ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷା ବିକାଶ ସମିତିର ପିପିଲି ସଂକୁଳ ପ୍ରମୁଖ ରବି ନାରାୟଣ ଷଡଙ୍ଗୀ, ପରିଚାଳନା କମିଟି ସଂପାଦକ ତଥା ବରିଷ୍ଠ ଆଇନଜୀବୀ ରମାକାନ୍ତ ସାହୁ, ଉପସଭାପତି ତଥା ଅବସରପ୍ରାପ୍ତ ପ୍ରାଧ୍ୟାପିକା ଅର୍ଚ୍ଚନା ସାହୁ, ଯୁଗ୍ମ ସଂପାଦକ ଶିକ୍ଷାବିତ୍‌‌ ରମାକାନ୍ତ ନାୟକ, କୋଷାଧ୍ୟକ୍ଷ ରାକେଶ ମହାପାତ୍ର, ସଦସ୍ୟା କଳ୍ପନା ବେହେରା ପ୍ରମୁଖ ଯୋଗଦେଇ ଅଧୁନା ସମାଜରେ ବିଜ୍ଞାନ ବିନା ଜୀବନ ଜୀବିକା ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ।

- Advertisement -

ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ୟ ଶଶୀଭୂଷଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ବିଜ୍ଞାନ ସଂକୁଳ ପ୍ରମୁଖ ନକୁଳ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜନିଜର ବିଜ୍ଞାନ ପ୍ରକଳ୍ପ ଗୁଡିକୁ ପ୍ରଦର୍ଶନ କରିଥିଲେ। ଏହାକୁ ଦେଖିବା ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ବିଜ୍ଞାନପ୍ରେମୀଙ୍କ ଭିଡ ଜମିଥିଲା। ଅପରାହ୍ନରେ ବିଦ୍ୟାମନ୍ଦିରର ପରିଚାଳନା କମିଟି ସଭାପତି ଶ୍ରୀ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ପାଇଁ ବିଭିନ୍ନ ବର୍ଗରୁ ମୋଟ୍‌‌ ୩୭ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବିଜ୍ଞାନ ସଂକୁଳ ପ୍ରମୁଖ ନକୁଳ ସ୍ୱାଇଁ, ସହପ୍ରମୁଖ ସମୀର କୁମାର ଦାଶ, ବରିଷ୍ଠ ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଜେମା, ଜ୍ୟେସ୍ନାରାଣୀ ମିଶ୍ର, ଚନ୍ଦ୍ରକାନ୍ତି ବେହେରା, ସ୍ମିତା ସାମଲ, ବରିଷ୍ଠ ଆଚାର୍ଯ୍ୟ ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories