www.samajalive.in
Monday, December 8, 2025
24.1 C
Bhubaneswar

ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଫ୍ରାନ୍ସ ଗସ୍ତ ଅନୁମତି ଦେଲାନି କେନ୍ଦ୍ର

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମନଙ୍କୁ ଫ୍ରାନ୍ସ ଗସ୍ତ କରିବା ଲାଗି ଅନୁମତି ଦେଲାନାହିଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ। ମନ୍‌ ଅଗଷ୍ଟ ୩ରୁ ୯ ତାରିଖ ଯାଏ ଫ୍ରାନ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ଭାରତୀୟ ହକି ଦଳ ସହିତ ରହି ଅଲିମ୍ପିକ୍ସ କ୍ରୀଡ଼ାରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବଢ଼ାଇବାକୁ ଇଚ୍ଛା କରିଥିଲେ। ହେଲେ ୨ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ଚିଠି ପାଇଥିଲା, ଯେଉଁଥିରେ ଗସ୍ତକୁ ଅନୁମତି ନ ଥିବା ଦର୍ଶାଯାଇଥିଲା।

ଏହା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦେଶର ସଂଘୀୟ ଢ଼ାଞ୍ଚାକୁ ଭାରତ ସରକାରଙ୍କ ଦ୍ଵାରା ନିରବଚ୍ଛିନ୍ନ ଭାବେ ଆକ୍ରମଣ କରାଯାଉଛି। ବିଜେପି ସରକାର ପୂର୍ବରୁ ୨୦୨୨ରେ ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିଙ୍ଗାପୁର ଗସ୍ତ ପାଇଁ ଅନୁମତି ଦେଇ ନ ଥିଲା। ଗତବର୍ଷ ଆମେରିକା ଗସ୍ତ କରିବାକୁ ଗୋପାଳ ରାଏଙ୍କୁ ବି ଅନୁମତି ମିଳି ନ ଥିଲା। ଫଳରେ ସେ କୋର୍ଟକୁ ଯିବାକୁ ଧମକ ଦେଇଥିଲେ। ବିଜେପି ଚାହୁଁଛି କି ଆମେ ପ୍ରତି କାମ ପାଇଁ କୋର୍ଟକୁ ଯିବା ଦରକାର ବୋଲି ମନ୍‌ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ମନ୍‌ ଫ୍ରାନ୍ସ ଗସ୍ତ ପାଇଁ ତାଙ୍କ ସ୍ତ୍ରୀ ଡ. ଗୁରପ୍ରୀତ କୌର ମନ୍‌, ଦୁଇ ସହଯୋଗୀ, ୫ ନିରାପତ୍ତା ଅଧିକାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ୧୦ ବରିଷ୍ଠ ଅଧିକାରୀଙ୍କ ଗସ୍ତ ପାଇଁ ଅନୁମତି ଲୋଡ଼ିଥିଲେ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories