www.samajalive.in
Monday, December 8, 2025
24.1 C
Bhubaneswar

ସ୍କାଉଟ ଦୁଃସାହସିକ କମିଟି ଅଧ୍ୟକ୍ଷ ସମ୍ମାନିତ

ଆଠଗଡ: ଆଠଗଡ ମାଟିର ପୁଅ ତଥା ରାଜ୍ୟ ଭାରତ ସ୍କାଉଟ୍ସର ଦୁଃସାହସିକ କମିଟି ଅଧ୍ୟକ୍ଷ ଓ ନୀଳାଚଳ ଇସ୍ପାତ ନିଗମର ପ୍ରାକ୍ତନ ଉପ-ମହାପ୍ରବନ୍ଧକ (ନିରାପତ୍ତା) ସ୍ଵାଧୀନ କୁମାର ପଣ୍ଡା ବରିଷ୍ଠ ପୁଲିସ ଅଧିକାରୀଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସଶସ୍ତ୍ର ପୁଲିସ ବାହିନୀର ନବନିଯୁକ୍ତ ଓ କାର୍ଯ୍ୟରତ ସିପାହୀ ଏବଂ ଅଧିକାରୀଙ୍କୁ ଔଦ୍ୟୋଗିକ ନିରାପତ୍ତା, ସୁରକ୍ଷା, ବିପର୍ଯ୍ୟୟ ପ୍ରଶମନ, ଜୀବନ ରକ୍ଷା କୌଶଳ, ଅଗ୍ନି ନିର୍ବାପନ ଆଦି ବିଷୟରେ ଉତ୍କୃଷ୍ଟ ତାଲିମ ପ୍ରଦାନ କରିଥିବାରୁ ଶ୍ରୀ ପଣ୍ଡାଙ୍କୁ ସମ୍ମାନିତ କରାଯାଇଛି। ଅଗଷ୍ଟ ୧ ତାରିଖ (ଗୁରୁବାର)ରେ ପୁଲିସ ମୁଖ୍ୟାଳୟରେ ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀର ଅତିରିକ୍ତ ମହାନିର୍ଦ୍ଦେଶକ ଆର ପି କୋଚେ ଶ୍ରୀ ପଣ୍ଡାଙ୍କୁ ପ୍ରମାଣପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଶ୍ରୀ ପଣ୍ଡା ରାଜ୍ୟ ସଶସ୍ତ୍ର ପୁଲିସ ବାହିନୀ ସମେତ ଅଗ୍ନିଶମ ବାହିନୀ, ଏନସିସି କ୍ୟାଡେଟ, ସ୍କାଉଟ୍ସ, ଗାଇଡ ମାନଙ୍କୁ ବହୁ ସମୟରେ ତାଲିମ ଦେଇଥାଆନ୍ତି। ଏଥିପାଇଁ ତାଙ୍କୁ ରାଜ୍ୟପାଳ ୩ଥର ସମ୍ମାନିତ କରିଥିବା ବେଳେ ୨୦୦୪ ମସିହାରେ ଶ୍ରୀ ପଣ୍ଡା ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ହାଇଦ୍ରାବାଦର ଜାତୀୟ ଔଦ୍ୟୋଗିକ ନିରାପତ୍ତା ଏକାଡେମୀ ଓ ନାଗପୁରର ବେସାମରିକ ପ୍ରତିରକ୍ଷା ମହାବିଦ୍ୟାଳୟରେ ଏକାଧିକ ସୁରକ୍ଷା ଓ ନିରାପତ୍ତା ପାଠ୍ୟକ୍ରମରେ ସଫଳତା ହାସଲ କରିଥିବା ସ୍ୱାଧୀନ କଲେଜ ଜୀବନରେ ଜଣେ ଦକ୍ଷ ଏନସିସି ଅଣ୍ଡର ଅଫିସର ଭାବେ ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଥିଲେ। ପୁଲିସ ବାହିନୀକୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ସମେତ ଅନ୍ୟ ପୁଲିସ ତାଲିମ ପ୍ରତିଷ୍ଠାନରେ ନିୟମିତ ପ୍ରଶିକ୍ଷଣ ଦେଇଥିବା ଶ୍ରୀ ପଣ୍ଡା ପୂର୍ବରୁ ମଧ୍ୟ ବହୁ ଉଚ୍ଚପଦସ୍ଥ ପୁଲିସ ଅଧିକାରୀଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ଜଣାପଡିଛି। ତାଙ୍କର ଏହି ଉଲ୍ଲେଖନୀୟ ସେବା ଏବଂ ସମ୍ମାନ ପାଇଁ ଜନ୍ମମାଟି ଆଠଗଡର ବିଭିନ୍ନ ଅନୁଷ୍ଠାନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories