www.samajalive.in
Wednesday, December 10, 2025
14.1 C
Bhubaneswar

ପୁଅ ମାଡ଼ରେ ସାବତ ବାପାଙ୍କ ମୃତ୍ୟୁ

ସମ୍ବଲପୁର: ପୁଅ ମାଡରେ ସାବତ ବାପାଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରରେ। ହତ୍ୟାର ଶିକାର ହୋଇଛନ୍ତି ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୁଲି ଗାଁର ବଳରାମ ମୁଣ୍ଡା। ପୁଲିସ ବଳରାମଙ୍କ ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି।

ସଦର ଏସଡିପିଓ ତୁଫାନ ବାଗଙ୍କ ସୂଚନା ଅନୁସାରେ, ଅଇଁଠାପାଲି ଥାନା ଅନ୍ତର୍ଗତ କରମଟୁଲି କେନାଲ ନିକଟରେ ଏକ ଘରେ ବଳରାମ ମୁଣ୍ଡା, ତାଙ୍କ ସ୍ତ୍ରୀ ସୁଷମା ମୁଣ୍ଡା ଓ ସାବତ ପୁଅଙ୍କ ସହିତ ରହୁଥିଲେ। କୌଣସି କାରଣରୁ ବୁଧବାର ରାତିରେ ବଳରାମ ଓ ସୁଷମାଙ୍କ ମଧ୍ୟରେ ବିବାଦ ହେବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଫଳରେ ସାବତ ପୁଅ କଣ ପାଇଁ ସବୁ ସମୟରେ ଘରେ ଝଗଡା କରୁଛ ବୋଲି କହି ଉଭୟଙ୍କୁ ଗାଳିଗୁଲଜ କରିବା ସହିତ ବାଡିରେ ସେମାନଙ୍କୁ ମାଡ ମାରିଥିଲେ । ଏଣୁ ଉଭୟ ବଳରାମ ଓ ସୁଷମା ଅଚେତ ହୋଇ ପଡିଯାଇଥିଲେ । ଏହି ଘଟଣା ପରେ ସାବତ ପୁଅ ଘର ବନ୍ଦ କରି ଫେରାର ହୋଇଯାଇଥିଲା। ଗୁରୁବାର ଅନେକ ସମୟ ଧରି ଘର ନ ଖୋଲିବାରୁ ବଳରାମଙ୍କ ଭାଇ ଘର ଭିତରକୁ ଯାଇ ଦେଖିଥିଲେ। ସେଠାରେ ବଳରାମ ଓ ସୁଷମା ପଡିଥିବା ଦେଖି ତୁରନ୍ତ ପୁଲିସକୁ ଖବର ଦେବା ସହିତ ଡାକ୍ତରଖାନାକୁ ସେମାନଙ୍କୁ ନିଆଯାଇଥିଲା । ସେଠାରେ ଡାକ୍ତର ବଳରାମଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରଠାରୁ ଅଭିଯୁକ୍ତ ସାବତ ପୁଅ ଫେରାରଥିବା ବେଳେ ପୁଲିସ ତାକୁ ଧରିବାକୁ ଚେଷ୍ଟା କରୁଛି ବୋଲି ଏସଡିପିଓ ଶ୍ରୀ ବାଗ କହିଛନ୍ତି । ଏ ସମ୍ପର୍କରେ ଅଇଁଠାପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories