www.samajalive.in
Wednesday, December 10, 2025
26.1 C
Bhubaneswar

ସୂର୍ଯ୍ୟମନ୍ଦିର ବେଢାରେ ପଡ଼ିରହିଛି କାରୁକାର୍ଯ୍ୟ ସମ୍ପନ୍ନ ପଥର

କୋଣାର୍କ : କୋଣାର୍କ ସୂର୍ଯ୍ୟମନ୍ଦିରର କାରୁକାର୍ଯ୍ୟ ସମ୍ପନ୍ନ ପଥରଗୁଡ଼ିକ ମନ୍ଦିରବେଢ଼ାରେ ପଡ଼ିରହିଥିବା ଦେଖିବାକୁ ମିଳିଛି। ଏଠାରୁ ବିଭିନ୍ନ ସମୟରେ ମୂଲ୍ୟବାନ ପଥର ଚୋରି ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏଏସ୍‌ଆଇ ପକ୍ଷରୁ ପଥର ଗୁଡ଼ିକ ନାଲି ରଙ୍ଗରେ ନମ୍ବରିଂ କରାଯାଇଛି। ମାତ୍ର ଏଗୁଡ଼ିକ ଏଣେତେଣେ ପଡ଼ି ରହିଥିବାବେଳେ ତାହାକୁ ନିର୍ଦିଷ୍ଟ ସ୍ଥାନରେ ରଖାଯିବା ଲାଗି ବ୍ୟବସ୍ଥା କରାଯାଇନଥିବା ଯୋଗୁଁ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୁରକ୍ଷା ସଂରକ୍ଷଣ ଦିଗରେ ଏଏସ୍‌ଆଇ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ସୂର୍ଯ୍ୟମନ୍ଦିର ସୁରକ୍ଷା ସଂରକ୍ଷଣ ଦାୟିତ୍ୱରେ ଥିବା ଅଧିକାରୀ ଦେବେନ୍ଦ୍ର କୁମାର କହିଛନ୍ତି, ପଥର ଗୁଡ଼ିକ ସଂରକ୍ଷଣ ଦିଗରେ ପଦକ୍ଷେପ ନିଆଯିବ। ସୂଚନାଯୋଗ୍ୟ ଯେ, ୧୫୦୮ ଖ୍ରୀଷ୍ଟାବ୍ଦରେ କଳାପାହାଡ଼ ଆକ୍ରମଣ ଦ୍ୱାରା ମୁଖ୍ୟ ମନ୍ଦିର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା। ଆକ୍ରମଣ ପରଠାରୁ ମନ୍ଦିର ଚତୁଃପାର୍ଶ୍ବରେ କାରୁକାର୍ଯ୍ୟ ସମ୍ପନ୍ନ ପଥର ପଡ଼ିରହିଥିବା ଦେଖିବାକୁ ମିଳୁଛି।

କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ ସବୁଠାରୁ ବଡ ବଜାର – ମାର୍କ ଜୁକରବର୍ଗ

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories