www.samajalive.in
Monday, December 8, 2025
14.1 C
Bhubaneswar

ବିପଦ ସଂକୁଳ ଅବସ୍ଥାରେ ପ୍ରାଥମିକ ବିଦ୍ୟାଳୟ ରୋଷେଇ ଗୃହ

ଫୁଲବାଣୀ: ଫିରିଙ୍ଗିଆ ବ୍ଲକ ପାହିରେଜୁ ପଞ୍ଚାୟତ ଗବର ନଳା ଗାଁରେ ଥିବା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୭୯ ମସିହାରେ ନିର୍ମାଣ ସହ ସ୍ଥାପିତ ହୋଇଛି। ବିଦ୍ୟାଳୟଟି ଗାଁରେ ଥିବା ଏକ ନାଳ ନିକଟରେ ରହିଛି। ବିଦ୍ୟାଳୟରେ ବହୁ ସମସ୍ୟା ରହିଛି। ବର୍ଷା ଦିନରେ ବିଦ୍ୟାଳୟ ଭିତରେ ମଧ୍ୟ ପାଣି ପଶୁଥିବା ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିବା ବେଳେ ବିଦ୍ୟାଳୟରେ ଆଜି ପର୍ଯ୍ୟନ୍ତ ପାଚେରୀଟିଏ ମଧ୍ୟ ନିର୍ମାଣ ହୋଇ ପାରିନାହିଁ। ଯାହାଦ୍ୱାରା ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଅଛନ୍ତି। ସବୁଠାରୁ ବଡ଼ ସମସ୍ୟା ହେଉଛି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିବା ରୋଷେଇ ଗୃହ ଦୀର୍ଘ ଦିନ ହେବ ଭାଙ୍ଗି ଥିଲେ ମଧ୍ୟ ବିଦ୍ୟାଳୟକୁ ଏହି ରୋଷେଇ ଗୃହ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଆସିନଥିବାରୁ ତାହା ମରାମତି ହୋଇ ପାରୁନାହିଁ। ଯାହାଦ୍ୱାରା ପାଚିକା ସହାୟିକା ମାନେ ବିଦ୍ୟାଳୟରେ ଥିବା ଭଙ୍ଗା ଦଦରା ରୋଷେଇ ଘରେ ବିପଦ ସଂକୁଳ ଅବସ୍ଥାରେ ପ୍ରତିଦିନ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେଉଛନ୍ତି। ତେଣୁ ତୁରନ୍ତ ବିଦ୍ୟାଳୟରେ ରୋଷେଇ ଗୃହ ମରାମତି ଓ ପାଚେରୀ ନିର୍ମାଣ ପାଇଁ ଅଭିଭାବକ ଓ ଅଞ୍ଚଳବାସୀ ଦାବୀ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories