www.samajalive.in
Monday, December 8, 2025
24.1 C
Bhubaneswar

ବିଜେପି-ବିଜେଡି କଡା ଟକ୍କର; ପୁରୀରେ ନବୀନ ଏବଂ ବାରିପଦାରେ ମୋଦୀ

କଟକ: ଶନିବାର ରାଜ୍ୟରେ ରାଜନୀତି ପୁରା ସରଗରମ ରହିଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସୁଥିବା ବେଳେ ପୁରୀରେ ସ୍ବୟଂ ସହାୟିକା ଗୋଷ୍ଠୀର ସମାବେଶରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ବିଜେଡି ଓ ବିଜେପି ମଧ୍ୟରେ କଟା ଟକ୍କର ଦେଖିବାକୁ ମିଳିବ । ଉତ୍ତରରେ ‘ମୋଦୀ ଜୀ କି ଜୟ’ ଗାନ ଶୁଣିବାକୁ ମିଳୁଥିବା ବେଳେ ପୂର୍ବରେ ‘ନବୀନ ପଟ୍ଟନାୟକ ଜିନ୍ଦାବାଦ’ ଧ୍ବନୀରେ ଶ୍ରୀକ୍ଷେତ୍ର ଗୁଞ୍ଜରିତ ହୋଇଉଠିଛି ।

ଅନ୍ୟପଟେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମିଶନ ଶକ୍ତିର ବିଶାଳ କାର୍ୟ୍ୟକ୍ରମ ଆୟୋଜନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚି ଏହି ସମାବେଶରେ ଯୋଗ ଦେଇଛନ୍ତି । ପୁରୀ ତାଳବଣିଆ ସ୍ଥିତ ଇନଡୋର ଷ୍ଟାଡିୟମରେ ପ୍ରାୟ ୩୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀର ପାଖାପାଖି ୬୦ ହଜାର ମହିଳା ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ୧୫ହଜାର ଓ ମହିଳା ମହାସଂଘ ଗୁଡିକୁ ୨୫ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ । ଏହା ସହ ମୋବାଇଲ ପାଇଁ ୩ ହଜାର ଟଙ୍କାର ଚେକ ପ୍ରଦାନ କରିବେ ।

- Advertisement -

ମାତ୍ର ୧୨ ଦିନ ବ୍ୟବଧାନ ପରେ ମୋଦୀଙ୍କର ଏହା ଦ୍ବିତୀୟ ଓଡ଼ିଶା ଆଗମନ। ନୂଆବର୍ଷ ଆରମ୍ଭରେ ତାଙ୍କର ଏହି ଗସ୍ତ ବାରିପଦାରୁ ମିଶନ ‘ପୂର୍ବୋଦୟ’ ଅୟମାରମ୍ଭ ବାର୍ତ୍ତା ଦେଉଛି। ଆଜି ସାଢ଼େ ୪ ହଜାର କୋଟି ଟଙ୍କାର ବିକାଶ ପ୍ରକଳ୍ପକୁ ନେଇ ବାରିପଦା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜିର କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୪ ଲେନ ବିଶିଷ୍ଟ ୩ଟି ଜାତୀୟ ରାଜପଥ ପାଇଁ ଭୂମି ପୂଜନ କରିବା ସହ ୪ ଟି ରେଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ଏହା ସହିତ ୬ଟି ପାସପୋର୍ଟ ସେବାକେନ୍ଦ୍ରର ଉଦଘାଟନ କରିବେ । ସେହିପରି ବାଲେଶ୍ୱର-ହଳଦିଆ-ଦୁର୍ଗାପୁରରେ ଏଲପିଜି ଗ୍ୟାସ ପାଇପ ଲାଇନର ଲୋକାର୍ପଣ କରିବେ । ଜାନୁୟାରୀ ୧୬ରେ ଆଉଥରେ ବଲାଙ୍ଗୀର ଗସ୍ତରେ ଆସିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories