ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ସିରମୋରଠାରେ ଏକ ସ୍କୁଲ ବସ ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡ଼ିବାରୁ ଡ୍ରାଇଭର ସମେତ ସ୍କୁଲର ୫ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଶନିବାର ସକାଳେ ଉକ୍ତ ବସରେ ଛାତ୍ରଛାତ୍ରୀ ସ୍କୁଲ ଯାଉଥିଲେ। ଏହି ସମୟରେ ନିୟନ୍ତ୍ରଣ ହରାଇ ବସଟି ଖାଇକୁ ଖସି ପଡ଼ିଥିଲା।
ଦୁର୍ଘଟଣା ଖବର ପାଇ ପୁଲିସ ଓ ସ୍ଥାନୀୟ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଞ୍ôଚ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଦଦାହୁ ଡାକ୍ତରଖାନାକୁ ପଠାଇ ଥିଲେ। ଡାକ୍ତରଖାନା ଯାଉଥିବାବେଳେ ବାଟରେ ୨ଜଣ ଶିଶୁ ପ୍ରାଣ ହରାଇ ଥିଲେ। ସେହିପରି କିଛି ଶିଶୁଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ନାହନ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣା ସମୟରେ ଉକ୍ତ ସ୍କୁଲ ବସରେ ଡ୍ରାଇଭରଙ୍କ ସମେତ ଜଣେ ଅଭିଭାବକ ଓ ୧୬ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆହତ ଶିଶୁମାନଙ୍କ ମଧ୍ୟରୁ କିଛି ଶିଶୁଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ଖାଇକୁ ଖସିଲା ବସ;ଡ୍ରାଇଭର ସମେତ ୫ଶିଶୁ ମୃତ
Popular Categories



