www.samajalive.in
Monday, December 8, 2025
27.1 C
Bhubaneswar

ଦ୍ୱିତୀୟ ମ୍ୟାଚ ବିଜୟ ସହ ଭାରତ ଟି-୨୦ ଶୃଙ୍ଖଳା ବିଜୟୀ

ପାଲ୍ଲେକେଲେ: ରବିବାର ଘରୋଇ ଶ୍ରୀଲଙ୍କା ବିପକ୍ଷ ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ଭାରତ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ସହଜରେ ୭ ୱିକେଟ୍‌ରେ ଜିତି ନେଇଛି। ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂକରି କୁଶଳ ପରେରାଙ୍କ ଅର୍ଦ୍ଧଶତକ ବଳରେ ୯ ୱିକେଟ୍‌ରେ ୧୬୧ ରନ୍‌ କରିଥିଲା। ଭାରତୀୟ ଇନିଂସର ପ୍ରଥମ ଓଭରରେ ବର୍ଷା ହେବାରୁ ଘଣ୍ଟାଏ ମ୍ୟାଚ୍‌ ବନ୍ଦ ରହିଥିଲା। ଖେଳ ଆରମ୍ଭହେବା ପରେ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଭାରତକୁ ୮ ଓଭରରେ ୭୮ ରନ୍‌ର ଲକ୍ଷ୍ୟ ମିଳିଥିଲା। ଯଶସ୍ବୀ ଜୟସୱାଲ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଆକ୍ରମଣାତ୍ମକ ଇନିଂସ ବଳରେ ୯ଟି ବଲ୍‌ ବାକିଥାଇ ୩ ୱିକେଟ୍‌ ହରାଇ ଭାରତ ଜିତି ନେଇଥିଲା। କ୍ରମାଗତ ୨ୟ ବିଜୟ ପରେ ଭାରତ ୨-୦​‌େ​‌ର ଆଗୁଆ ରହି ୩ ମ୍ୟାଚ୍‌ର ଶୃଙ୍ଖଳାକୁ ହାତେଇ ନେଇଛି। ଗୌତମ ଗମ୍ଭୀର ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ ହେବା ପରେ ଭାରତ ପ୍ରଥମ ଶୃଙ୍ଖଳା ଜିତିପାରିଛି। ମଙ୍ଗଳବାର ୩ୟ ଟ୍ବେଣ୍ଟି୨୦ ଖେଳାଯିବ। ଏହାପରେ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ।
ଭାରତ ୩ଟି ବଲ୍‌ରୁ ୬ ରନ୍‌ କରିଥିବା ବେଳେ ବର୍ଷା ହୋଇଥିଲା। ପରେ ୮ ଓଭରରେ ୭୮ ରନ୍‌ର ଲକ୍ଷ୍ୟ ମିଳିଥିଲା। ଭାରତ ପ୍ରଥମ ଓଭରରେ ୧୨ ରନ୍‌ କରିବା ପରେ ୨ୟ ଓଭରର ପ୍ରଥମ ବଲ୍‌ରେ ସଞ୍ଜୁ ସାମ୍‌ସନ (୦) ଆଉଟ୍‌ ହୋଇଥିଲେ। ପରେ ଯଶସ୍ବୀ ଜୟସୱାଲ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂକରି ୧୯ ବଲ୍‌ରୁ ୩୯ ରନ୍‌ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୧୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୬ ରନ୍‌କରି ବିଦାୟ ନେଇଥିଲେ। ଯଶସ୍ବୀ ୧୫ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୦ ରନ୍‌କରି ଆଉଟ୍‌ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍‌କରି ଅପରାଜିତ ଥିଲେ। ୨୬ ରନ୍‌ ଦେଇ ୩ଟି ୱିକେଟ୍‌ ନେଇଥିବା ରବି ବିଷ୍ଣୋଇ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ବର୍ଷା ଯୋଗୁଁ ୪୫ ମିନିଟରେ ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଟସ୍ ଜିତି ଭାରତ ଫିଲ୍‌ଡିଂ ନେଇଥିଲା। ଶ୍ରୀଲଙ୍କାର ଓପ୍‌ନର ୨୬ ରନ୍‌ର ଭାଗୀଦାରି କରିବା ପରେ କୁଶଳ ମେଣ୍ଡିସ୍ ୧୦ ରନ୍‌କରି ଆଉଟ୍‌ ହୋଇଥିଲେ। ୨ୟ ୱିକେଟ୍‌ ପାଇଁ ଅନ୍ୟ ଓପ୍‌ନର ପାଥୁମ୍ ନିଶଙ୍କା ଓ କୁଶଳ ପରେରା ୨ୟ ୱିକେଟ୍‌ ପାଇଁ ୩୬ ବଲ୍‌ରେ ୫୪ ରନ୍‌ ଯୋଗ କରିଥିଲେ। ନିଶଙ୍କା ୨୪ ବଲ୍‌ରୁ ୫ଟି ଚୌକା ସହ ୩୨ ରନ୍‌ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ୩୦ ରନ୍‌ରେ ଶ୍ରୀଲଙ୍କା ଶେଷ ୯ଟି ୱିକେଟ୍‌ ହରାଇଥିଲା। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ୧୫ ଓଭରରେ ୨ ୱିକେଟ୍‌ରେ ୧୩୦ ରନ୍‌ କରିଥିବା ବେଳେ ​‌େ​‌ଶଷ ୫ ଓଭରରେ ମାତ୍ର ୩୧ ରନ୍‌ ଯୋଡ଼ି ୭ଟି ୱିକେଟ୍‌ ହରାଇଥିଲା। କୁଶଳ ପରେରା ଓ କାମିନ୍ଦୁ ମେଣ୍ଡିସ୍‌ ୩ୟ ୱିକେଟ୍‌ ପାଇଁ ୫୦ ରନ୍‌ ଯୋଡ଼ିଥିଲେ। କାମିନ୍ଦୁ ମେଣ୍ଡିସ୍ ୨୩ ବଲ୍‌ରୁ ୪ଟି ଚୌକା ସହ ୨୬ ରନ୍‌ କରି ବିଦାୟ ନେଇଥିଲେ। ବାମହାତି କୁଶଳ ପରେରା ଚମତ୍କାର ଅର୍ଦ୍ଧଶତକୀୟ ଇନିସ୍ ଖେଳିଥିଲେ। ପରେରା ୩୪ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୫୬ ରନ୍‌ କରିଥିଲେ। ଅଧିନାୟକ ଚରିତ ଆସାଲାଙ୍କା ୧୪ ଓ ରମେଶ ମେଣ୍ଡିସ୍‌ ୧୨ ରନ୍‌ କରିଥିଲେ। ରବି ବିଷ୍ଣୋଇ ୩ଟି ଏବଂ ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ହାର୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories