www.samajalive.in
Thursday, December 11, 2025
14.1 C
Bhubaneswar

ପୂଜାରାଙ୍କ ଆଉ ଏକ ରେକର୍ଡ

ସିଡ୍‌ନୀ : ଅଷ୍ଟ୍ରେଲିଆ ବିପକ୍ଷରେ ଚତୁର୍ଥ ଟେଷ୍ଟ ଖେଳୁଥିବା ଅବସରରେ ଚେତେଶ୍ବର ପୂଜାରା ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ଟେଷ୍ଟର ଦ୍ବିତୀୟ ଦିନରେ ପୂଜାରା ୧୯୩ ରନ କରି ଆଉଟ ହୋଇଥିଲେ। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଗୋଟିଏ ଟେଷ୍ଟ ସିରିଜରେ ସର୍ବାଧିକ ବଲ ଖେଳିବାରେ ପୂଜାରା ଏହି ରେକର୍ଡ ସୃଷ୍ଟି କରିଛନ୍ତି। ଚଳିତ ସିରିଜରେ ପୂଜାରା ଏପର୍ଯ୍ୟନ୍ତ ୧୨୫୮ଟି ବଲ ଖେଳିସାରିଲେଣି। ପୂର୍ବରୁ ରାହୁଲ ଦ୍ରାବିଡ ଅଷ୍ଟ୍ରେଲିଆ ବିପକ୍ଷ ଗୋଟିଏ ଟେଷ୍ଟ ସିରିଜରେ ୧୨୦୩ଟି ବଲ ଖେଳିଥିବାବେଳେ ତାଙ୍କ ପଛକୁ ବିଜୟ ହଜାରେ (୧୧୯୨ ବଲ) ତୃତୀୟ, ବିରାଟ କୋହଲି (୧୦୯୩ ବଲ) ଚତୁର୍ଥ ଓ ସୁନିଲ ଗାଭାସ୍କର (୧୦୩୨ ବଲ) ପଞ୍ଚମ ସ୍ଥାନରେ ରହିଛନ୍ତି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories