www.samajalive.in
Monday, December 8, 2025
13.1 C
Bhubaneswar

ପିକ୍ଅପ୍‌ ଭ୍ୟାନ ସହ ୧୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ପୁଲିସ ଏକ ବୋଲେରୋ ପିକ୍ଅପ୍‌ ଭ୍ୟାନରେ ଯାଉଥିବା ୧୩ କେଜି ଗଞ୍ଜେଇକୁ ଜବତ କରିଛି। ଏଥିସହ ଏହି ଘଟଣାରେ ଜଣେ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଗଞ୍ଜେଇ ମାଫିଆ ଜଣକ ନୟାଗଡ଼ ଜିଲା ନୂଆଗାଁ ଥାନା ଅଚୁପଡା ଗାଁର ଶ୍ୟାମସୁନ୍ଦର ବେହେରା ବୋଲି ଜଣାପଡ଼ିଛି। ଶ୍ୟାମ ସୁନ୍ଦର ରିତିମତ ଭାବରେ ନୟାଗଡ଼ ଅଞ୍ଚଳରୁ କାଠ ତିଆରି ସାମଗ୍ରୀ ବିକ୍ରି କରିବା ବାହାନାରେ ଆସି କନ୍ଧମାଳ ଅଞ୍ଚଳରୁ ନୟାଗଡ଼ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରୁଥିବା ପୂଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୁଲିସର ସୂଚନା ଅନୁସାରେ, ଶନିବାର ଦିନ ପ୍ରାୟ ୨ଟା ସମୟରେ ଫିରିଙ୍ଗିଆ ପୁଲିସର ଏକ ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଫିରିଙ୍ଗିଆ ଫୁଲବାଣୀ ମୁଖ୍ୟ ରାସ୍ତାର ଡିଣ୍ଡିରାଗାଁ ନିକଟରେ ଗାଡିଟିକୁ ଧରିବାରେ ସଫଳ ହୋଇଥିଲେ। ଅନ୍ୟପଟେ ରବିବାର ଏହି ଘଟଣାରେ ଫିରିଙ୍ଗିଆ ପୁଲିସ ୧୫୬/୨୪ରେ ଏକ ମାମଲା ରୁଜୁ କରି ଜବତ ଗଞ୍ଜେଇ ଓ ଗାଡି ସହ ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରିଥିବା ଥାନାରେ କାର୍ଯ୍ୟରତ ଅତିରିକ୍ତ ଥାନା ଅଧିକାରୀ ଅଜୟ କୁମାର ସାହୁ ସୂଚନା ଦେଇଛନ୍ତି।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories