www.samajalive.in
Friday, December 12, 2025
26.1 C
Bhubaneswar

ଗଛରେ ପିଟିହେଲା ‘୧୦୮’ ଆମ୍ବୁଲାନ୍ସ ; ୨ ମୃତ, ୨ ଆହତ

ଚାନ୍ଦବାଲି : ଭଦ୍ରକ ଜିଲାର ଚାନ୍ଦବାଲି ଥାନା ଅଧୀନ ଚନ୍ଦନପୁରଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଚାନ୍ଦବାଲି ଥାନା ଅନ୍ତର୍ଗତ କାଣ୍ଡଗରଡି ଗ୍ରାମର ଉପେନ୍ଦ୍ର ସାହୁଙ୍କର ଦେହ ଖରାପ ହେବାରୁ ପରିବାର ଲୋକେ ଚାନ୍ଦବାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭଦ୍ରକ ରେଫର କରାଯାଇଥିଲା। ତାଙ୍କୁ ଏକ ୧୦୮ ଆମ୍ବୁଲାନ୍ସରେ ନିଆ ଯାଉଥିବାବେଳେ ଦ୍ରୁତ ଗତି ଯୋଗୁ ଚନ୍ଦନପୁର ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଯାଉଥିବା ସମୟରେ ଏକ ଗଛ ସହ ଆମ୍ବୁଲାନ୍ସଟି ପିଟି
ହୋଇଥିଲା। ଦୁର୍ଘଟଣା ଖବର ପାଇ ଚାନ୍ଦବାଲି ଦମକଳ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆମ୍ବୁଲାନ୍ସରେ ଥିବା ଆହତମାନଙ୍କୁ ଚାନ୍ଦବାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରୋଗୀ ଉପେନ୍ଦ୍ରଙ୍କ ସମେତ ଆମ୍ବୁଲାନ୍ସର କର୍ମଚାରୀ ପ୍ରମୋଦ ପରିଡାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ମୃତ ଉପେନ୍ଦ୍ର ସାହୁଙ୍କ ପୁଅ ସଞ୍ଜୟ ଏବଂ ଆମ୍ବୁଲାନ୍ସରେ ଥିବା ଫାର୍ମାସିଷ୍ଟଙ୍କ ଅବସ୍ଥା ଉଦବେଗଜନକ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ସତ୍ୟ ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନରେ ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବିରେ ଭଦ୍ରକ-ଚାନ୍ଦବାଲି ରାସ୍ତାର କାଳୀ ମନ୍ଦିର ନିକଟରେ ରାସ୍ତାରୋକ ଆରମ୍ଭ ହୋଇଥିଲା। ଗୁରୁତରଙ୍କୁ ମାଗଣା ଚିକିତ୍ସା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି ହୋଇଛି। ରାସ୍ତାରୋକ ସ୍ଥଳରେ ଥାନାଧିକାରୀ ମିନତି ବିଶ୍ୱାଳ, ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ, ବିଡିଓ ଅଜାମ୍ବର ମହାନ୍ତି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ମୃତ ଦୁଇ ପରିବାରଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏ ଅନ୍ତିମ ସଂସ୍କାର ପାଇଁ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ କ୍ଷତିପୂରଣ ଏବଂ ଆହତଙ୍କୁ ମାଗଣା ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ରାସ୍ତା ଅବରୋଧ ହଟିଥିଲା।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories