www.samajalive.in
Friday, December 12, 2025
23.1 C
Bhubaneswar

ଗଙ୍ଗାସାଗର ମେଳା- ୨୦୧୯ ; ପୁଣ୍ୟାର୍ଥୀଙ୍କ ପାଇଁ ୫ଲକ୍ଷ ବୀମା

କଲକାତା : ‘ଗଙ୍ଗାସାଗର ମେଳା-୨୦୧୯’ ସମ୍ପୂର୍ଣ୍ଣ ତଥ୍ୟ ପ୍ରଯୁକ୍ତି ମଧ୍ୟରେ ହେବ। ସୁଦୃଢ଼ ନିରାପତ୍ତା ସହ ଯାନବାହନ ଚଳାଚଳ ନିୟନ୍ତ୍ରଣକୁ ବ୍ୟାପକ ରୂପ ଦିଆଯାଇଛି ବୋଲି ଦକ୍ଷିଣ ୨୪ପ୍ରଗଣା ଜିଲାପାଳ ଦପ୍ତରଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ୱାଇ ସି ରତ୍ନାକର ରାଓ କହିଛନ୍ତି। ଜିଲାପାଳ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘୋଷଣା ଅନୁସାରେ କଲକାତାରୁ ସାଗର ମେଳା ପର୍ଯ୍ୟନ୍ତ ପୂଣ୍ୟାର୍ଥୀଙ୍କ ପାଇଁ ୫ଲକ୍ଷ ଟଙ୍କା ବୀମା ବ୍ୟବସ୍ଥା କରାଯାଇଛି। ଏହା ସହିତ ସମସ୍ତ ପ୍ରକାର ଚିକିତ୍ସା ଓ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ। କେତେକ ଜେଟିରୁ ପୂର୍ବାପେକ୍ଷା ଅଧିକ ଭେସେଲ୍‍ ଚଳାଚଳ କରିବ। ଗତବର୍ଷ ୨୦୧୮ ଗଙ୍ଗାସାଗର ମେଳା କ୍ଲିନ୍‍ ମେଳା ଭାବେ ସ୍ୱୀକୃତ ଥିଲା। ଚଳିତବର୍ଷ ଏହି ମେଳାକୁ ସୁପର କ୍ଲିନ୍‍ ମେଳା ଭାବେ ଆଖ୍ୟା ଦିଆଯାଇଛି। ନିରାପତ୍ତା ଦିଗରୁ ସତର୍କ ଦୃଷ୍ଟି ରଖିବା ପାଇଁ ୨୦ଟି ଡ୍ରୋନ୍‍, ୨୦ଟି ହିଲିୟନ ବେଲୁନ୍‍, ସାତଶହ ସିସି କ୍ୟାମେରାର ବ୍ୟବସ୍ଥା କରାଯାଇଛି। ମେଗା କଣ୍ଟ୍ରୋଲ ରୁମ୍‍ରୁ ସମସ୍ତ ବିଷୟ ନିୟନ୍ତ୍ରଣ କରାଯିବ। ଏହା ସହିତ ପରିବେଶ ଓ ପାଣିପାଗ ଜାଣିବା ପାଇଁ ବିଶେଷ ଯନ୍ତ୍ରର ବ୍ୟବହାର ହେବ। ପରିଷ୍କାର ପରିଚ୍ଛନ୍ନ ନିମିତ୍ତ ୪୦ଟି ଇ-ଟ୍ରକ୍‍ ଭ୍ରାମ୍ୟମାଣ ଶୌଚାଗାରର ବ୍ୟବସ୍ଥା ହୋଇଛି। ଏହା ସହିତ ୫୦ଟି ଆମ୍ବୁଲାନ୍ସ, ୪ଟି ୱାଟର ଆମ୍ବୁଲାନ୍ସ ରଖାଯାଇଛି। ୱାଇଫାଇ ବ୍ୟବସ୍ଥାରେ ସମଗ୍ର ମେଳା ପରିସର ଓ ସଂଲଗ୍ନ ଅଞ୍ଚଳକୁ ରଖାଯାଇଥିବାବେଳେ ହାଇ ପାୱାର ଇଣ୍ଟରନେଟ୍‍ ବ୍ୟବସ୍ଥା ହୋଇଛି। ଜିଲାପାଳ ଶ୍ରୀ ରତ୍ନାକର କହିଥିଲେ ଯେ ଗତବର୍ଷ ୨୦ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଗଙ୍ଗା ସାଗର ମେଳାକୁ ଆସିଥିଲେ। ଚଳିତବର୍ଷ ଏହି ପରିମାଣ ବୃଦ୍ଧି ପାଇବ। ପୁରୀ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀ ପୁଣ୍ୟସ୍ନାନ ପାଇଁ ଆସିବେ ବୋଲି ଜଣାପଡ଼ିଛି। ରୁଦ୍ରନଗରରେ ସଂକଟାପନ୍ନ ଶ୍ରଦ୍ଧାଳୁଙ୍କ ପାଇଁ ଆଇସିସିୟୁର ବ୍ୟବସ୍ଥା ହୋଇଛି। ବସଭଡ଼ା ୧୫ରୁ ୨୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ।
ମେଳାର ବିଭିନ୍ନ ପ୍ରାନ୍ତରରେ ବୈଦ୍ୟୁତିକ ପରଦାଦ୍ୱାରା ସମସ୍ତ ତଥ୍ୟ ଜଣାଇ ଦିଆଯିବ। ଗତବର୍ଷ ତୁଳନାରେ ଦୁଇଗୁଣ ପୁଣ୍ୟାର୍ଥୀ ଶିବିର ତିଆରି ହୋଇଛି। ଶିଶୁଙ୍କୁ ଟୀକାଦାନ ସହ ସାମାନ୍ୟ ଅସୁସ୍ଥ ହେଲେ ମେଳା ପ୍ରାଙ୍ଗଣରେ ଚିକିତ୍ସା ଯୋଗାଇ ଦିଆଯିବ। ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି, ନୂତନ ରାସ୍ତା ତିଆରି ହୋଇଛି। ଦମକଳ ବିଭାଗ ପକ୍ଷରୁ ବିଶେଷ ବ୍ୟବସ୍ଥା ରଖାଯାଇଛି। ଜଳସେଚନ ବିଭାଗ, ପରିବହନ, ଅଗ୍ନି ନିର୍ବାପକ, ବିଏସ୍‍ଏନ୍‍ଏଲ୍‍, ଜିଓ, ପଞ୍ଚାୟତ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସହଯୋଗୀ ପଦକ୍ଷେପ ନିଆଯାଇଛି। ବୈଦ୍ୟୁତିକ ପରଦାଦ୍ୱାରା ଭେସେଲ୍‍ ଚଳାଚଳ, ନିଖୋଜ ସମ୍ବନ୍ଧୀୟ ତଥ୍ୟ, ବସ୍‍ ବ୍ୟବସ୍ଥା ସହ ଅନ୍ୟାନ୍ୟ ଉପଯୋଗୀ ପ୍ରସଙ୍ଗ ଜଣାଇ ଦିଆଯିବ।
ପ୍ଲାଷ୍ଟିକ୍‍ ମୁକ୍ତ ଗଙ୍ଗାସାଗର ମେଳା ପାଇଁ ପଦକ୍ଷେପ ନିଆଯାଇଛି। ୩୦ଜଣ ଏସ୍‍ପି ନିରାପତ୍ତା ଦାୟିତ୍ୱ ତୁଲାଇବେ ବୋଲି ଜିଲାପାଳ କହିଛନ୍ତି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories