www.samajalive.in
Monday, December 8, 2025
24.1 C
Bhubaneswar

ଶ୍ରୀଲଙ୍କାକୁ ହରାଇଲା ଭାରତ: ଅଧିନାୟକ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ରିୟାନ ପରାଗଙ୍କୁ ୩ ୱିକେଟ

କଲମ୍ବୋ : ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-୨୦ରେ ଜିତିଲା ଭାରତ। ଘରୋଇ ଶ୍ରୀଲଙ୍କାକୁ ହରାଇଲା ଭାରତ। ୨୧୪ ରନ ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ୧୭୦ରନରେ ଅଲଆଉଟ  ଅଧିନାୟକ ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିବାବେଳେ ରିୟାନ ପରାଗଙ୍କୁ ୩ ୱିକେଟ ମିଳିଛି।

ଶ୍ରୀଲଙ୍କାର ପାଲ୍ଲେକେଲେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ଓ ଶ୍ରଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ଭାରତ  ୪୩ ରନରେ ପରାସ୍ତ କରିଛି ।

- Advertisement -

ଘରୋଇ ଶ୍ରୀଲଙ୍କା ଦଳର ଅଧିନାୟକ ଚାରିଥ ଆଶାଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଭାରତ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଧାର୍ଯ୍ୟ ୨୦ ଓଭରରେ ଭାରତ ୭ ୱିକେଟ ହରାଇ ୨୧୩ ରନ୍ ସଂଗ୍ରହ କରିଥିଲା। ଶୁଭମନ ଗିଲ୍ ୩୪,  ଯଶସ୍ୱୀ ଜୟସ୍ବାଲ ୪,ସୂର୍ଯ୍ୟକୁମାର ଯାଦବ ୫୮, ଋଷଭ ପନ୍ତ ୪୯, ହାର୍ଦ୍ଦିକ ପାଣ୍ଡ୍ୟା ୯, ରିୟାନ ପରାଗ ୭, ରିଙ୍କୁ ସିଂ ୧  , ଅକ୍ଷର ପଟେଲ ୧୦ଏବଂ ରବି ବିଶ୍ନୋଇ ୧ ରନ୍ ସ୍କୋର କରିଥିଲେ। ଭାରତ ପକ୍ଷରୁ ୨୧୪ ରନର ଲକ୍ଷ୍ୟ ରଖାଯାଇଥିବାବେଳେ ଏହାର ପିଛା କରି ଶ୍ରୀଲଙ୍କା ୧୯.୨ ଓଭରରେ ୧୭୦ ରନ ସ୍କୋର ସହ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ପ୍ରଥୁମ ନିଶଙ୍କା ୭୯ ରନ ଓ କୁଶଲ ମେଣ୍ଡିସ ୪୫ ରନ କରିଥିଲେ ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories