www.samajalive.in
Saturday, December 6, 2025
26.1 C
Bhubaneswar

ବାଂଲାଦେଶରେ ବିକ୍ଷୋଭକାରୀ ୩ ଛାତ୍ରନେତାଙ୍କୁ ହେପାଜତକୁ ନେଲା ପୁଲିସ

ଡେସ୍କ: ବାଂଲାଦେଶରେ ‘ଷ୍ଟୁଡେଣ୍ଟସ୍ ଏଗେନଷ୍ଟ ଡିଷ୍କ୍ରିମିନେସନ’ର ତିନି ଜଣ ନେତାଙ୍କୁ ସୁରକ୍ଷା ପ୍ରତି ବିପଦ ଥିବା ଦର୍ଶାଇ ଢାକା ପୁଲିସର ଡିଟେକ୍ଟିଭ୍ ବ୍ରାଞ୍ଚର ହେପାଜତକୁ ନିଆଯାଇଥିଲା। ଶୁକ୍ରବାର ରାତିରେ ଢାକା ମେଟ୍ରୋପଲିଟାନ୍ ପୁଲିସ (ଡିଏମ୍ ପି)ର ଅତିରିକ୍ତ କମିଶନର ମହମ୍ମଦ ହାରୁନ୍-ଅର୍ ରସିଦ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ତିନି ଜଣ ସଂଯୋଜକ ନାହିଦ ଇସଲାମ, ଆସିଫ୍ ମହମ୍ମଦ ଏବଂ ଅବୁ ବେକର ମଜୁମଦାରଙ୍କୁ ଡିଟେକ୍ଟିଭ୍ ବ୍ରାଞ୍ଚ (ଡିବି) ପୁଲିସ ହେପାଜତକୁ ନିଆଯାଇଛି। ଡିବିର ମୁଖ୍ୟ ଦାବି କରିଛନ୍ତି ଯେ ଭେଦଭାବ ବିରୁଦ୍ଧରେ ଛାତ୍ର ସଂଗଠନର ତିନି ଜଣ ସଂଯୋଜକଙ୍କୁ “ସେମାନଙ୍କ ସୁରକ୍ଷା ପାଇଁ” ହେପାଜତକୁ ନିଆଯାଇଛି ।

ଏହା ପୂର୍ବରୁ ଶୁକ୍ରବାର ଅପରାହ୍ନରେ ଷ୍ଟୁଡେଣ୍ଟସ୍ ଏଗେନଷ୍ଟ ଡିଷ୍କ୍ରିମିନେସନର ତିନି ସଂଯୋଜକ ନାହିଦ ଇସଲାମ୍, ଆସିଫ୍ ମହମ୍ମଦ ଓ ଅବୁ ବେକର ମଜୁମଦାରଙ୍କୁ ଢାକାର ଏକ ଡାକ୍ତରଖାନାରୁ ଉଠାଇ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସଂଯୋଜକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।

- Advertisement -

ଅନ୍ୟପକ୍ଷରେ ବାଂଲାଦେଶର ଗୃହମନ୍ତ୍ରୀ ଆସାଦୁଜମାନ ମଧ୍ୟ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ନିଶ୍ଚିତ କରିଛନ୍ତି ଯେ ତିନି ଜଣ କୋଟା ଆନ୍ଦୋଳନକାରୀ ଆୟୋଜକଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ହେପାଜତକୁ ନିଆଯାଇଛି। ସେମାନେ ନିଜେ ଅସୁରକ୍ଷିତ ଅନୁଭବ କରୁଥିଲେ। ସେମାନେ ଭାବୁଥିଲେ କିଛି ଲୋକ ସେମାନଙ୍କୁ ଧମକ ଦେଉଛନ୍ତି। ତେଣୁ ସେମାନଙ୍କୁ କିଏ ଧମକ ଦେଉଛି ତାହା ଜାଣିବା ଜରୁରୀ ବୋଲି ଆମେ ଭାବୁଛୁ। ସେଥିପାଇଁ ସେମାନଙ୍କୁ ଡକାଯାଇଛି ବୋଲି ସେ କହିଛନ୍ତି। ଏହି ତିନି ଜଣଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଛି କି ନାହିଁ ସେ ନେଇ ଗୃହମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି।

ପ୍ରାୟ ଏକ ସପ୍ତାହ ଧରି କୋଟା ସଂସ୍କାର ଆନ୍ଦୋଳନ ବେଳେ ଭୟଙ୍କର ହିଂସା ଓ ସଂଘର୍ଷ ପରେ ପରିସ୍ଥିତି ସ୍ୱାଭାବିକ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବା ପରେ ଜାରି ଥିବା କର୍ଫ୍ୟୁକୁ ହଟାଇ ଦିଆଯିବ ଏବଂ କଟକଣା ଉପରେ ପରବର୍ତ୍ତୀ ନିଷ୍ପତ୍ତି ଶନିବାର ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲକୁ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B4

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories