www.samajalive.in
Wednesday, December 10, 2025
16.1 C
Bhubaneswar

ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ବର: ଖୋର୍ଦ୍ଧା–ବଲାଙ୍ଗୀର ଲାଇନରେ ନୂଆ ଟ୍ରେନ ଚଳାଚଳ ଦାବିରେ ଶୁକ୍ରବାର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି ।  ବଲାଙ୍ଗିର-ଭଏଁସାପାଲ୍ଲୀଠାରୁ ୧୬ କିମି ଲାଇନର ପାସେଞ୍ଜର ଟ୍ରେନ ଚଳାଚଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ବିଳମ୍ବ ନକରି ଯଥା ଶୀଘ୍ର ପାସେଞ୍ଜର ଟ୍ରେନ ଚଳାଚଳ ହେଲେ ପଶ୍ଚିମ ଓଡ଼ିଶା ଲୋକେ ଉପକୃତ ହେବେ । ପଶ୍ଚିମ ଓଡ଼ିଶା ଯୋଗାଯୋଗରେ ଉନ୍ନତି ପାଇଁ ନୂତନ ରେଳ ଚଳାଚଳ ଦିଗରେ ବିହିତ ପଦକ୍ଷେପ ନେବାକୁ ନବୀନ ପଟ୍ଟନାୟକ ଚିଠିରେ ଦାବି କରିଛନ୍ତି । ଏନେଇ ଓଡ଼ିଶା ସରକାର ୨୦୧୦ ମସିହାରୁ ନିର୍ମାଣକାର୍ଯ୍ୟ ପାଇଁ ୫୦ପ୍ରତିଶତ ଖର୍ଚ୍ଚ ବହନ କରିବା ସହ ଜମି ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ଗରିବ ରଥ ଭଳି କିଛି ଏକ୍ସପ୍ରେସ ନୟାଗଡ ପର୍ଯ୍ୟନ୍ତ ସଂପ୍ରସାରଣ ପାଇଁ ଚିଠିରେ ଦାବି ହୋଇଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories